ETV Bharat / bharat

ଚୀନରୁ ଆସୁଛି ବୁଲେଟ ପ୍ରୁଫ୍ ଜ୍ୟାକେଟର କଞ୍ଚାମାଲ, ବିରୋଧ କଲା ନିତି ଆୟୋଗ - ନିତି ଆୟୋଗ

ଦେଶର ବୀର ଯବାନଙ୍କ ପାଇଁ ବ୍ୟବହୃତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ବା କଞ୍ଚାମାଲ ମଧ୍ୟ ଚାଇନାରୁ ଆମଦାନୀ ହୋଇଥାଏ । ବର୍ତ୍ତମାନ ଏହି ସାମଗ୍ରୀର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି ।

ବୁଲେଟ ପ୍ରୁଫ୍ ଜ୍ୟାକେଟର କଞ୍ଚାମାଲ
ବୁଲେଟ ପ୍ରୁଫ୍ ଜ୍ୟାକେଟର କଞ୍ଚାମାଲ
author img

By

Published : Jun 23, 2020, 1:32 PM IST

ନୂଆଦିଲ୍ଲୀ: ଦେଶର ବୀର ଯବାନଙ୍କ ପାଇଁ ବ୍ୟବହୃତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ବା କଞ୍ଚାମାଲ ମଧ୍ୟ ଚୀନରୁ ଆମଦାନୀ ହୋଇଥାଏ । ବର୍ତ୍ତମାନ ଏହି ସାମଗ୍ରୀର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ନିତି ଆୟୋଗର ଜଣେ ସଦସ୍ୟ ଭି.କେ ସାରସ୍ବତ ଏହାକୁ ବିରୋଧ କରି କହିଛନ୍ତି ଯେ ଚୀନରୁ ଏହି ଆମଦାନୀକୁ ବନ୍ଦ କରାଯାଉ।

ସେ କହିଛନ୍ତି, ଚୀନରୁ ଆସୁଥିବା ବୁଲେଟ୍ ପ୍ରୁଫ୍ ଜ୍ୟାକେଟର କଞ୍ଚାମାଲର ଗୁଣବତ୍ତା ସର୍ବଦା ଭଲ ନଥାଏ । ଆମ କମିଟି ଏକ ସ୍ପଷ୍ଟ ସୁପାରିଶ କରିଛି ଯେ ଯଥାଶୀଘ୍ର ସ୍ବଦେଶୀ ଦ୍ରବ୍ୟ ବ୍ୟବହାର କରିବା ଉଚିତ ଓ ଚୀନରୁ ଆମଦାନୀରୁ ଦୂରେଇ ରହିବା ଉଚିତ ।

ସୂଚନାଯୋଗ୍ୟ, ସୀମାରେ ଚୀନ ସେନା ସହିତ ସଂଘର୍ଷରେ ଆମ ଦେଶର 20 ଯବାନ ଶହୀଦ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଚୀନର ସାମଗ୍ରୀକୁ ବଏକଟ୍ କରିବା ଓ ଚୀନରୁ ଆମଦାନୀ ହ୍ରାସ କରିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତି ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ଯେ, ଭାରତରେ ପ୍ରସ୍ତୁତ ହେଉଥିବା ବୁଲେଟ ପ୍ରୁଫ୍ ଜ୍ୟାକେଟର କଞ୍ଚାମାଲ ଚୀନରୁ ଆସୁଛି ।

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ର ମୁଖ୍ୟ ମଧ୍ୟ ରହିଥିବା ସାରସ୍ବତ କହିଛନ୍ତି ଯେ ଆମ ଯବାନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଏଥିପାଇଁ ଅନ୍ୟ ଦେଶରୁ କଞ୍ଚାମାଲ କ୍ରୟ କରିବା ଉଚିତ୍। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ମୋଦି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ନିତି ଆୟୋଗକୁ କହିଛିଯେ, ଲାଇଟ୍ୱେଟ୍ ବଡ୍ଡୀ ଆର୍ମ୍ସ ଓ ପ୍ରୋଟେକ୍ଟିଭ୍ ଗିୟର୍ସର ଉତ୍ପାଦନକୁ ଘରୋଇ ପ୍ରୋତ୍ସାହନ ମିଳିବା ଜରୁରୀ ।

ଏକ ଆକଳନ ଅନୁଯାୟୀ, ଭାରତୀୟ ସଶସ୍ତ୍ର ବାହିନୀକୁ ପ୍ରାୟ 3 ଲକ୍ଷ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଦରକାର। ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରୁଥିବା କମ୍ପାନୀଗୁଡିକ ବର୍ତ୍ତମାନ ଶସ୍ତା ମୂଲ୍ୟ ହେତୁ ଚୀନରୁ କଞ୍ଚାମାଲ ଆଣୁଛନ୍ତି । ଏହା ପୂର୍ବରୁ ୟୁରୋପ ଓ ଆମେରିକାରୁ ଅଣାଯାଉଥିଲା । କାନପୁରର କମ୍ପାନୀ ଏମକେୟୁ ଓ ଟାଟା ଆଡଭାନ୍ସ ଅନେକ ଦେଶର ସୈନ୍ୟବାହିନୀକୁ ବଡ୍ଡୀ ଆରମର୍ ଯୋଗାଇଥାଏ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.