ETV Bharat / bharat

8 ବର୍ଷର ବାଳକକୁ ଯୌନ ନିର୍ଯାତନା ଅଭିଯୋଗ - ଉତ୍ତରପ୍ରଦେଶରେ 8 ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା

8 ବର୍ଷର ବାଳକଙ୍କୁ ମହିଳା ଟ୍ୟୁସନ ଶିକ୍ଷୟିତ୍ରୀ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ । ଶିଶୁ ଅଧିକାର ସୁରକ୍ଷା ଆୟୋଗର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଦ୍ବାରସ୍ଥ ହେଲେ ବାଳକଙ୍କ ମାଆ । ମାମଲାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ । ଅଧିକ ପଢନ୍ତୁ...

8 ବର୍ଷର ବାଳକକୁ ଯୌନ ନିର୍ଯାତନା ଅଭିଯୋଗ
8 ବର୍ଷର ବାଳକକୁ ଯୌନ ନିର୍ଯାତନା ଅଭିଯୋଗ
author img

By

Published : Oct 6, 2020, 4:26 PM IST

ଲକ୍ଷ୍ନୌ: ଥମିବାର ନାଁ ନେଉନି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଅସାମାଜିକ କାର୍ଯ୍ୟ । ଅଧିକାଂଶ ସମୟରେ ତ ନାବାଳିକାଙ୍କୁ ଦୁଷ୍କର୍ମ ଖବର ଶୁଣିବାକୁ ମିଳୁଥିଲା, ହେଲେ ଚିତ୍ର ଏବେ କିଛି ଅଲଗା ଆସିଛି । ଜଣେ 8 ବର୍ଷର ବାଳକଙ୍କୁ ମହିଳା ଟ୍ୟୁସନ ଶିକ୍ଷୟିତ୍ରୀ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି । ଏନେଇ ବାଳକଙ୍କ ମାଆ ଶିଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ବୁଲନ୍ଦଶହରର ଯମୁନାପୁରମରେ ରହୁଥିବା ଜଣେ 8 ବର୍ଷର ବାଳକଙ୍କୁ ମହିଳା ଟ୍ୟୁସନ ଶିକ୍ଷୟିତ୍ରୀ ଅତ୍ୟଧିକ ମଦ୍ୟପାନ କରି ଯୌନ ନିର୍ଯାତନା ଦେଉଥିଲେ। ବାଳକଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କ ମାଆ ପୋଲିସରେ ଖବର ଦେଇଥିଲେ । ଏଥିସହ ତାଙ୍କ ମାଆ ପୁଅର ନ୍ୟାୟ ପାଇବା ପାଇଁ ଗତ ଏକ ବର୍ଷ ଧରି ଜିଲ୍ଲା ଅଧିକାରୀଙ୍କୁ ଭେଟିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ତେବେ ଏନେଇ ବାଳକର ମାଆ ବର୍ତ୍ତମାନ ଶିଶୁ ଅଧିକାର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରସ୍ଥ ହୋଇଛନ୍ତି । ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ପ୍ରୀତି ଭର୍ମା ମାମଲାକୁ ଗ୍ରହଣ କରି କହିଛନ୍ତି ଯେ, ଘଟଣାକୁ ଗୁରୁତର ଭାବେ ନିଆଯାଇଛି ଏବଂ ସେ ପୀଡିତଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଛନ୍ତି । ସୁରକ୍ଷା ଆୟୋଗର ସଦସ୍ୟା ପ୍ରୀତି ବର୍ମା ବାଳକର ମାଆଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.