ଶିମଲା: ହିମାଚଳ ପ୍ରଦେଶର ସୋଲନ ଅଞ୍ଚଳରେ ଭୁଶୁଡିଲା ବିଲଡିଂ । କୋଠା ତଳେ 24ରୁ ଅଧିକ ଲୋକ ଚାପି ହୋଇଯାଇଥିବା ସୂଚନା ରହିଛି । ଏହାସହ ଏହି ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ନାହାନ କୁମାରହାଟି ରୋଡରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛି । ଏହି ଘରଟି ଏକ ହୋଟେଲ ହୋଇଥିବା କୁହାଯାଉଛି । ତେବେ ଭଙ୍ଗା ଘର ତଳେ କିଛି ଭାରତୀୟ ଯବାନ ଚାପି ହୋଇରହିଥିବା ସୂଚନା ମିଳିଛି ।
ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।