ETV Bharat / bharat

ଦେଶରେ ସିଏଏ ତାତି: ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବେ ବିରୋଧୀ - budget session 2020

ନାଗରିକ ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରଦର୍ଶନ ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନର ସରଗରମ ମଧ୍ୟରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ ସିଏଏ, ଏନଆରସି ଏବଂ ଏନପିଆର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ ।

parliament
ସଂସଦ
author img

By

Published : Feb 3, 2020, 10:55 AM IST

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରଦର୍ଶନ ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନର ସରଗରମ ମଧ୍ୟରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ତେବେ ଇତି ମଧ୍ୟରେ ସିଏଏ, ଏନଆରସି ଏବଂ ଏନପିଆର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ଦଳ । ଏହି ପ୍ରସଙ୍ଗରେ ଉଭୟ ଗୃହରେ ମୁଲତବି ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଦଳ ।

କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ, କୋଡିକୁନ୍ନଲ ସୁରେଶ ଏବଂ ଗୌରବ ଗୋଗାଇ ଲୋକସଭାରେ ମୁଲତବି ପ୍ରସ୍ତାବ ଆଣିଛନ୍ତି । ଦେଶରେ ଦେଖାଦେଇଥିବା ଅଶାନ୍ତି ଯୋଗୁଁ ନାଗରିକ ସଂଶୋଧନ ଆଇନ୍‌ ଉପରେ ପୁନର୍ବିଚାର, ଜାତୀୟ ନାଗରିକତା ପଞ୍ଜୀକରଣ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ଏହି ପ୍ରସ୍ତାବରେ ଦାବି କରିଛନ୍ତି ସାଂସଦମାନେ । ସେହିପରି କଂଗ୍ରେସ ନେତା ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମା ରାଜ୍ୟସଭାରେ ସସ୍‌ପେନ୍ସ ଅଫ ବିଜନେସ ନୋଟିସ ଆଣିଛନ୍ତି । ସିଏଏ, ଏନଆରସି ଏବଂ ଏନପିଆରକୁ ନେଇ ଦେଶରେ ଦେଖାଦେଇଥିବା ଅଶାନ୍ତି ଉପରେ ରାଜ୍ୟସଭାରେ ଚର୍ଚ୍ଚା କରିବାକୁ ସେମାନେ ଏହି ପ୍ରସ୍ତାବ ଦେଇଛନ୍ତି ।

ସେପଟେ ଜାମିଆରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ଚର୍ଚ୍ଚା କରିବା ନେଇ ପ୍ରସ୍ତାବ ଦିଆଯାଇଛି । ଇଣ୍ଡିଆନ ମୁସଲିମ ଲିଗର ସାଂସଦ ପିକେ କୁହ୍ନାଲିକୁଟି ଜାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ଗୁଳିକାଣ୍ଡ ଏବଂ ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କ ବିବାଦୀୟ ବୟାନକୁ ନେଇ ଲୋକସଭାରେ ମୁଲତବି ପ୍ରସ୍ତାବ ଆଣିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.