ETV Bharat / bharat

‘ବିରୋଧ ନାଁରେ ହିଂସା ଦେଶକୁ ଦୁର୍ବଳ କରୁଛି’ - President lauds CAA

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ବଜେଟ ଆରମ୍ଭ ପୂର୍ବରୁ ନିଜର ଅଭିଭାଷଣ ରଖିଛନ୍ତି । ଏଥିରେ ରାଷ୍ଟ୍ରପତି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଜନହିତକାର ଯୋଜନାକୁ ବଖାଣିବା ସହ ତାର ଉପଲବ୍ଧିକୁ ଦର୍ଶାଇଛନ୍ତି ।

Budget session 2020
ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ, ରୁଟି ଓ ରୋଜଗର ସରକାରଙ୍କ ଆଗାମୀ ପ୍ଲାନ
author img

By

Published : Jan 31, 2020, 12:37 PM IST

Updated : Jan 31, 2020, 4:04 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ବଜେଟ ଆରମ୍ଭ ପୂର୍ବରୁ ନିଜର ଅଭିଭାଷଣ ରଖିଛନ୍ତି । ଏଥିରେ ରାଷ୍ଟ୍ରପତି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଜନହିତକର ଯୋଜନାକୁ ବଖାଣିବା ସହ ତାର ଉପଲବ୍ଧିକୁ ବଖାଣିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ

  • ସରକାର ଅନେକ ଐତିହାସିକ ଆଇନ ତିଆରି କରିଛନ୍ତି । ଟ୍ରିପଲ ତଲାକ ଆଇନକୁ ବିରୋଧ କରି ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ସହ ବହୁ ପ୍ରତିକ୍ଷିତ ରାମ ଜନ୍ମଭୂମି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏହି ସରକାର ଲୋକଙ୍କ ବିଶ୍ବାସ ଭାଜନ ହେବା ସହ ନୂତନ ଭାରତ ସମ୍ଭାବନା ସୃଷ୍ଟି କରିଛନ୍ତି ।
  • ମୋ ସରକାର ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସେନାଙ୍କୁ ସବୁ ଅନୁମତି ଦିଆଯାଇଛି । ସରକାର ବିଦେଶୀ ନୀତିକୁ ଗୁରୁତ୍ବପୂର୍ଣ୍ଣ ମାନୁଛନ୍ତି । ଏଥିପାଇଁ ସରକାର ପଡୋଶୀ ଦେଶ ସହ ସୁସମ୍ପର୍କ ପାଇଁ ଅଗ୍ରସର ରହିଛନ୍ତି ।
  • ଭାରତ ଦୁନିଆର ଦ୍ବିତୀୟ ବୃହତ୍ତ ମୋବାଇଲ ନିର୍ମାତା ରହିଛି । ମୋ ସରକାର ‘ମେକ ଇନ ଇଣ୍ଡିଆ’ ଆଗକୁ ବଢିଛି । ଭାରତୀଙ୍କୁ ମୁଁ ଅପିଲ କରୁଛି କି ସେମାନେ ସ୍ଥାନୀୟ ଜିନିଷ କିଣନ୍ତୁ ।
  • ଆଜି ଦୁନିଆର ତୃତୀୟ ବଡ ଷ୍ଟାର୍ଟଅପ ଇକୋସିଷ୍ଟମ ଭାରତ। ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନ ଅଧିନରେ ଦେସରେ 27 ହଜାର ନୂଆ ଷ୍ଟାର୍ଟଅପକୁ ମାନ୍ୟତା ଦିଆଯାଇଛି ।
  • ସରକାରଙ୍କ ପକ୍ଷରୁ ଡିଜିଟାଲ କ୍ରାନ୍ତିକୁ ବଳ ଦିଆଯାଉଛି । ଗତ ବର୍ଷ ଭାରତରେ ଡିଜିଟାଲ ବ୍ୟବସ୍ଥାକୁ ବିକଶିତ ହୋଇଛି । ଦେଶରେ 121 କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ଭୀମ ଆପ ଭଳି ସୁବିଧାରେ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପହଞ୍ଚାଯାଇଛି । ଏହି ସବୁ ଯୋଜନାରୁ ସରକାରଙ୍କ ଟଙ୍କା ଭୁଲ ବ୍ୟକ୍ତି ହାତକୁ ଯିବାରୁ ବଞ୍ଚିଯାଉଛି । ଫଳରେ ଗରିବଙ୍କୁ ସିଧା ଲାଭ ମିଳୁଛି।
  • କୃଷକଙ୍କ ପାଇଁ ଆରମ୍ଭ କରାଯାଇଥିବା ଅନଲାଇନ ରାଷ୍ଟ୍ରୀୟ ବଜାର ଅର୍ଥାତ e-NAM ପ୍ରଭାବ ମଧ୍ୟ ଦେଖାଦେଉଛି ।
  • ଯୁବକଙ୍କ ପାଇଁ କେନ୍ଦ୍ର ସରକାର ଷ୍ଟାର୍ଟଅପ, ଖେଳ କ୍ଷେତ୍ର ପାଇଁ ବଡ ପଦକ୍ଷେପ ଉଠାଇଛନ୍ତି । ଏଥିରୁ ଯୁବକଙ୍କୁ ଲାଭ ମିଳିଛି । ଏଥିସହ ଦେଶର ଭବିଷ୍ୟତ ମଜବୁତ ହୋଇଛନ୍ତି ।
  • ସଂସଦର 2 ସଦନ ଦ୍ବାରା ନାଗରିକ ସଂଶୋଧନ ଆଇନକୁ ତିଆରି କରି, ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି।
  • ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଓ ଲଦାଖରେ ବିକାଶ ତ୍ବରାନ୍ବିତ ହୋଇଛି | ବିରୋଧ ନାଁରେ ହିଂସା ଉଭୟ ଦେଶ ଓ ସମାଜକୁ ଦୁର୍ବଳ କରେ ।
  • ଅତ୍ୟାଧୁନିକ ଟେକ୍ନୋଲଜିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ବ । ୮ କୋଟି ଲୋକଙ୍କୁ ଗ୍ୟାସ୍‌, ୨ କୋଟି ଲୋକଙ୍କୁ ଘର ମିଳିଛି । ୩୮ କୋଟିଙ୍କୁ ବ୍ୟାଙ୍କ ଖାତା ଓ ୨୪ କୋଟି ଲୋକଙ୍କୁ ବୀମା ମିଳିଛି ।

Intro:Body:

BLANK FOR LINK 

Conclusion:
Last Updated : Jan 31, 2020, 4:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.