ETV Bharat / bharat

ଆସାମ ବିଟିସି ନିର୍ବାଚନ ଫଳାଫଳ: କୌଣସି ଦଳକୁ ମିଳିନି ମ୍ୟାଜିକ୍ ନମ୍ବର 21

ଆସାମ ରାଜ୍ୟ ନିର୍ବାଚନ ଆୟୋଗ ଦ୍ବାରା ବିଟିସି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ତେବେ ଏଥର କୌଣସି ଦଳ ମ୍ୟାଜିକ୍ ନମ୍ବର 21କୁ ଛୁଇଁବାକୁ ସକ୍ଷମ ହୋଇନାହିଁ ।

author img

By

Published : Dec 13, 2020, 10:18 AM IST

ଆସାମ ବିଟିସି ନିର୍ବାଚନ ଫଳାଫଳ
ଆସାମ ବିଟିସି ନିର୍ବାଚନ ଫଳାଫଳ

ଗୌହାଟୀ: ଆସାମ ରାଜ୍ୟ ନିର୍ବାଚନ ଆୟୋଗ ଦ୍ବାରା ବିଟିସି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ତେବେ ଏଥର କୌଣସି ଦଳ ମ୍ୟାଜିକ୍ ନମ୍ବର 21କୁ ଛୁଇଁବାକୁ ସକ୍ଷମ ହୋଇନାହିଁ।

ତେବେ ବୋରୋ ଟେରିଟୋରିଆଲ୍ କାଉନସିଲରେ ମୋଟ ସିଟ୍ ସଂଖ୍ୟା 46 । ସେମାନଙ୍କ ମଧ୍ୟରୁ 6 ଜଣ ସଦସ୍ୟ ରାଜ୍ୟପାଳଙ୍କ ଦ୍ବାରା ଚୟନ ହୋଇଥିବା ବେଳେ ଅନ୍ୟ 40 ଜଣ ସଦସ୍ୟ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ତେଣୁ ବିଟିସିରେ ସରକାର ଗଠନ ପାଇଁ ଦଳଗୁଡିକ 21ଟି ସିଟ୍ ଆବଶ୍ୟକ କରନ୍ତି | କିନ୍ତୁ ଏଥର କୌଣସି ଦଳ ମ୍ୟାଜିକ୍ ନମ୍ବର 21କୁ ଛୁଇଁବାକୁ ସକ୍ଷମ ହୋଇନାହିଁ।

ଚଳିତ ନିର୍ବାଚନରେ ପୂର୍ବତନ ରୁଲିଂ ପାର୍ଟି ବିପିଏଫ୍ 17ଟି ସିଟ୍ ଜିତିଛି। ବିପିଏଫର ମୁଖ୍ୟ ହାଗ୍ରାମା ମାହିଲାରୀ ଗୋଟିଏ ଆସନରେ ଜିତିଥିବା ବେଳେ ଅନ୍ୟ ଏକ ସିଟରେ ହାରିଛନ୍ତି। ସେହିପରି କାଚୁଗାଓଁରେ ହାଗ୍ରାମା UPPL ପ୍ରାର୍ଥୀ ଉକିଲ ମୁସାହରୀଙ୍କ ଠାରୁ 507 ଭୋଟରେ ହାରିଛନ୍ତି | ଅନ୍ୟ ପଟେ ଦେବରଗାଓଁ ହାଗ୍ରାମ 1982 ଭୋଟ ବ୍ୟବଧାନରେ ଜିତିଛନ୍ତି |

ଯଦିଓ ୟୁପିପିଏଲ ସଭାପତି ପ୍ରମୋଦ ବୋରୋ ଉଭୟ କୋକ୍ଲାବାରୀ ଏବଂ ଗୋଏବାରୀ ଆସନ ଜିତିଥିଲେ । କିନ୍ତୁ ଦଳ ଚଳିତ ନିର୍ବାଚନରେ ମାତ୍ର 12ଟି ସିଟ୍ ପାଇଛି । ବିଟିସି ନିର୍ବାଚନରେ ବିଜେପି 9 ଟି ଆସନ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଏବଂ ଗଣ ସୁରକ୍ଷା ପାର୍ଟି ଗୋଟିଏ ଆସନ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.