ETV Bharat / bharat

ରାଜସ୍ଥାନ ରାଜନୀତି: ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା, ବାଚସ୍ପତିଙ୍କୁ ହାଇକୋର୍ଟର ନୋଟିସ

author img

By

Published : Aug 5, 2020, 11:58 AM IST

ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ଆଜି ବାଚସ୍ପତିଙ୍କୁ ନୋଟିସ ପଠାଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା, ବାଚସ୍ପତିଙ୍କୁ ହାଇକୋର୍ଟର ନୋଟିସ
ରାଜସ୍ଥାନ ରାଜନୀତି: ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା, ବାଚସ୍ପତିଙ୍କୁ ହାଇକୋର୍ଟର ନୋଟିସ

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାରେ କଂଗ୍ରେସକୁ ଝଟକା ଲାଗିଛି । ମାମଲାର ଶୁଣାଣି କରି ହାଇକୋର୍ଟ ବାଚସ୍ପତିଙ୍କୁ ନୋଟିସ ପଠାଇଛନ୍ତି । ବିଏସପି ଓ ବିଜେପି ବିଧାୟକ ମଦନ ଦିଲାବର ଦାଖଲ କରିଥିବା ମାମଲାର ଶୁଣାଣି କରି କୋର୍ଟ ବାଚସ୍ପତିଙ୍କୁ ନୋଟିସ ପଠାଇଛନ୍ତି ।

ସୂଚନାଥାଉକି, ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ବିଏସପି । ବିଏସପି ମହାସଚିବ ସତୀଶ ମିଶ୍ରା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ପୂର୍ବରୁ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବାକୁ ନେଇ ବିଜେପି ବିଧାୟକ ମଦନ ଦିଲାବର ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ବାଚସ୍ପତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ସେନେଇ ଯାଚିକାରେ ଉଲ୍ଲେଖ ଥିଲା ।

2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିବା ଦାବି କରିଛନ୍ତି । ଏହାସହ ସେମାନେ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.