କୋଲକାତା: 2 ସନ୍ଧିଗ୍ଧଙ୍କୁ ଗିରଫ କଲା ବିଏସଏଫ ଯବାନ । ପଶ୍ଚିମବଙ୍ଗର ଉତ୍ତର 24 ପରଗାନା ଜିଲ୍ଲାର ବାଂଲାଦେଶ ସୀମା ନିକଟରେ ସେମାନଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ପାଖାପାଖି 500 ଡ୍ରଗ୍ସ ଟାବଲେଟ, କିଛି ନିଶା ଦ୍ରବ୍ୟ ,ବାଇକ ଓ ଗୋଟିଏ ନକ୍ସା ଜବତ କରାଯାଇଛି । ନକ୍ସାରେ କିଛି ସ୍ଥାନରେ ସେମାନେ ଆକ୍ରମଣ କରିବାର ଯୋଜନା ଥିବା ସନ୍ଦେହ କରାଯାଉଛି ।
ଜବତ ହୋଇଥିବା ବାଇକ ଓ ଟାବଲେଟର ମୂଲ୍ୟ 3,26,200 ଟଙ୍କା ହେବ ବୋଲି ଆକଳନ କରାଯାଉଛି । ତେବେ ଧରାପଡିଥିବା ଦୁଇ ଜଣ ହେଉଛନ୍ତି ସ୍ବରୁପନଗର ଜିଲ୍ଲାର ରାହୁଲ ମଣ୍ତଳ ଓ ଫାରାକ ମୋଲ୍ଲା ବୋଲି ଜଣାପଡିଛି । ସେମାନଙ୍କ ଗିରଫ ସମ୍ପର୍କରେ ଏନଆଇଏ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ