ETV Bharat / bharat

ଶପଥ ନେଲେ ୟେଦୁରପ୍ପା - ପଦ ଓ ଗୋପନୀୟତାର ଶପଥ ପାଠ

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହେଲେ ବି.ଏସ ୟେଦୁରପ୍ପା । ରାଜ ଭବନରେ ରାଜ୍ଯପାଳଙ୍କ ଉପସ୍ଥିତିରେ ନେଲେ ପଦ ଓ ଗୋପନୀୟତାର ଶପଥ ପାଠ ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : Jul 26, 2019, 7:04 PM IST

Updated : Jul 26, 2019, 8:13 PM IST

ବେଙ୍ଗାଲୁର: ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ରାଜ୍ୟ ସଭାପତି ବି.ଏସ ୟେଦୁରପ୍ପା । ପ୍ରାୟ ଏକ ମାସ ଧରି ଚାଲିଥିବା ହାଇ ଭୋଲଟେଜ ଡ୍ରାମାର ଅବସାନ ପରେ ରାଜଭବନରେ ଶପଥ ନେଇଛନ୍ତି ୟେଦୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଉପସ୍ଥିତିରେ ଗ୍ରହଣ କରିଛନ୍ତି ପଦ ଓ ଗୋପନୀୟତାର ଶପଥ ପାଠ । ଏହି ଉତ୍ସବରେ ରାଜ୍ୟ ବିଜେପିର ଅନେକ ବିଧାୟକ ଉପସ୍ଥିତ ରହିଥିଲେ ।

ଭିଡ଼ିଓ ସୌଜନ୍ଯ: ଇଟିଭି ଭାରତ
ୟେଦୁରପ୍ପା ଶପଥ ନେଇଛନ୍ତି ଶତ କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ବହୁମତ ସାବ୍ୟସ୍ତ କରିନାହାଁନ୍ତି । ତେଣୁ ଆସନ୍ତା 31 ତାରିଖରେ ତାଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ 29 ତାରିଖରେ ଆସ୍ଥାଭୋଟ ଦେବାକୁ ପ୍ରସ୍ତୁତ ବୋଲି ଶପଥ ଗ୍ରହଣ ଉତ୍ସବ ପରେ ସେ କହଛନ୍ତି ।ବର୍ତ୍ତମାନ ସ୍ଥିତିରେ ବିଜେପି ପାଖରେ 105 ଓ 2 ସ୍ବାଧିନ ବିଧାୟକଙ୍କ ସମର୍ଥନ ରହିଥିବା ସ୍ବତ୍ତେ ମଧ୍ୟ ବିପଦ ଟଳିନାହିଁ । ବାଚସ୍ପତି କେ. ଆର୍ ରମେଶ ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିସାରିଛନ୍ତି ।

ଯଦି ବାକି ଥିବା 13 ବିଧାୟକଙ୍କ ଉପରେ ନିଷ୍ପତ୍ତି ନେବା ଜୁଲାଇ 31 ପର୍ଯ୍ୟନ୍ତ ସ୍ଥଗିତ ରଖନ୍ତି, ତେବେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ୟେଦୁରପ୍ପାଙ୍କୁ 111 ବିଧାୟକଙ୍କ ସମର୍ଥନ ଦେବାକୁ ପଡ଼ିବ ।

Intro:Body:

prabhudatta

Conclusion:
Last Updated : Jul 26, 2019, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.