ETV Bharat / bharat

ହେଲମେଟରେ ବିକୁଥିଲେ ବ୍ରାଉନସୁଗାର: ଧରିଲା ପୋଲିସ, ଟଙ୍କା-ମୋବାଇଲ ଜବତ

ବେଙ୍ଗାଲୁରୁ ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲମେଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିଲା । ଅଧିକ ପଢନ୍ତୁ...

author img

By

Published : Sep 17, 2020, 7:02 PM IST

ହେଲମେଟରେ ବ୍ରାଉନସୁଗାର ବିକ୍ରି ବେଳେ ଯୁବକ ଗିରଫ, ଘଟଣାର ତଦନ୍ତ

ବେଙ୍ଗାଲୁରୁ(କର୍ଣ୍ଣାଟକ): ବେଙ୍ଗାଲୁରୁ ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।

ପ୍ରକାଶ ଥାଉ କି, ପାଟନୋଲ ସହରର ମହାବୀର ଘର ନିକଟରେ ଜଣେ ଅଜଣା ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ବେଙ୍ଗାଲୁରୁର ସିଟି ମାର୍କେଟ ପୋଲିସ ସୂଚନା ପାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବା ଲାଗି ଇନ୍ସପେକ୍ଟର କୁମାରସ୍ବାମୀଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ବେଳେ ହେଲମେଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ଅଭିଯୁକ୍ତ ଧରାପଡିଥିଲା । ଅଭିଯୁକ୍ତ ଜଣକ ହେଲମେଟରେ ପାଖପାଖି 900 ଗ୍ରାମ ବ୍ରାଉନସୁଗାର ରଖିଥିଲା ।

ଗିରଫ ପରେ ପୋଲିସ ଅଭିଯୁକ୍ତଠୁ ବ୍ରାଉନସୁଗାର ସହ ନଗଦ ଟଙ୍କା, 2ଟି ମୋବାଇଲ ଓ ବାଇକ ଜବତ କରିଛି । ଏଥିସହ ଘଟଣାରେ ଅଧିକ ତଥ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଜଣଙ୍କ ଏହି ବ୍ରାଉନସୁଗାରକୁ ବସ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବିକ୍ରି କରୁଥିଲା । ଏହାକୁ କୋରିୟର ସର୍ଭିସ ପରି ପ୍ୟାକ କରି ଭଗବାନଙ୍କ ପ୍ରସାଦ ବୋଲି କହୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.