ETV Bharat / bharat

8 ବର୍ଷ ପ୍ରେମରେ ମୃତ୍ୟୁର ପୂର୍ଣ୍ଣଚ୍ଛେଦ, ଗୁଳିକରି ହତ୍ୟା ପରେ ପୋତିଦେଲା ଭାଇ

author img

By

Published : Dec 11, 2020, 8:25 PM IST

ପଛୁଆ ଜାତିର ଯୁବତୀଙ୍କୁ ଯୁବକ ବିବାହ କରିବା ମହଙ୍ଗା ପଡିଛି। ଦୀର୍ଘ 8 ବର୍ଷର ପ୍ରେମ ସମ୍ପର୍କ, ପ୍ରଥମେ ବିବାହ ପରେ ମୃତ୍ୟୁରେ ଘଟିଛି ଅନ୍ତ। ଅଧିକ ପଢନ୍ତୁ...

ଦୀର୍ଘ 8 ବର୍ଷ ପ୍ରେମର ମୃତ୍ୟୁରେ ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: ପଛୁଆ ଜାତିର ଯୁବତୀଙ୍କୁ ଦଳିତ ଯୁବକ ବିବାହ କରିବା ମହଙ୍ଗା ପଡିଛି। ଝିଅର ଭାଇ ବୁଝାସୁଝା କରି ଗାଁକୁ ଡାକି ସମ୍ପର୍କୀୟଙ୍କ ସହିତ ମିଶି ତାକୁ ହତ୍ୟା କରିଛନ୍ତି। ତେବେ ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ମୃତଦେହ ଠାବ ନିମନ୍ତେ ଦିଲ୍ଲୀ ପୋଲିସ ସ୍ଥାନୀୟ ପୋଲିସ ସହିତ ଏକ ଜମି ଖୋଳିଛନ୍ତି ।

ଜନପଦ ପ୍ରତାପଗଡର ଲାଲଗଞ୍ଜ ଥାନା ଅନ୍ତର୍ଗତ ଟଣ୍ଡରପୁର ବାସିନ୍ଦା ଅର୍ଜୁନ ଜାଟବ, ଦିଲ୍ଲୀର ତ୍ରିଲୋକପୁରୀର ଏକ କାରଖାନାରେ ତାର କାମ କରନ୍ତି। ଗତ 8 ବର୍ଷ ଧରି ମେନପୁରୀ କାଶ୍ୟପନଗରର ବାସିନ୍ଦା ଚାନ୍ଦନୀ ବାଥମ୍ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଚାନ୍ଦନୀ ତାଙ୍କ ମାଉସୀ ସହିତ ଦିଲ୍ଲୀରେ ରହୁଥିଲେ। ଦୀର୍ଘ 8 ବର୍ଷର ପ୍ରେମ ସମ୍ପର୍କରେ ଦୁହେଁ ଏକାଠି ବଞ୍ଚିବା ଏବଂ ମରିବାର ଶପଥ ନେଇଥିଲେ | 6 ମାସ ପୂର୍ବେ ଅର୍ଥାତ, ଅର୍ଜୁନ ଚାନ୍ଦନୀଙ୍କୁ ସାଥିରେ ଧରି ପ୍ରତାପଗଡକୁ ଚାଲିଯାଇଥିଲେ। ଯେଉଁଠାରେ ଦୁହେଁ ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ସହିତ ବିବାହ କରିଥିଲେ।

ଏହି ବିବାହରେ ଚାନ୍ଦିନୀଙ୍କ ପରିବାର ଲୋକ ଖୁସି ନଥିଲେ, କାହିଁକି ନା ପୁଅ ଯାଦବ ସମାଜରୁ ଥିଲା। ଏହି ସ୍ଥିତିରେ 17 ନଭେମ୍ବରରେ ଚାନ୍ଦିନୀଙ୍କ ଭାଇ ସୁନିଲ ନିଜ ଗାଁ କଷ୍ୟପ ନଗରକୁ ତାଙ୍କୁ ନେଇଆସିଥିଲେ। ଏହାପରେ ଚାନ୍ଦିନୀଙ୍କ ସହିତ ଅର୍ଜୁନଙ୍କ କୌଣସି ସମ୍ପର୍କ ହୋଇପାରିନଥଲା। ସନ୍ଦେହ ହେବାରୁ ଅର୍ଜୁନ ନଭେମ୍ବର 23 ତାରିଖରେ ନିଜ ମା ଏବଂ ପରିବାରବର୍ଗଙ୍କ ସହିତ କଶ୍ୟପନଗର ଅସିଥିଲା। ସେଠାରେ, ଚାନ୍ଦିନୀ ଦିଲ୍ଲୀ ଫେରିଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ଏହା ଶୁଣିବାକ୍ଷଣି ଅର୍ଜୁନ ଦିଲ୍ଲୀରେ ପହଞ୍ଚି ଚାନ୍ଦିନୀଙ୍କୁ ସେଠାରେ ପାଇନଥିଲେ । ତାଙ୍କ ମୋବାଇଲ୍ ମଧ୍ୟ ବନ୍ଦ ଥିଲା | ପତ୍ନୀଙ୍କୁ ନ ପାଇବାରୁ ସେ ମୟୂର ବିହାର ପୋଲିସ ଷ୍ଟେସନରେ ଚାନ୍ଦନୀଙ୍କ ଭାଇ ସୁଧୀର ଏବଂ ସୁନୀଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ମାମଲା ପଞ୍ଜୀକୃତ ହେବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ସୁଧୀରଙ୍କୁ ଗିରଫ କରିଥିଲା।

ପୋଲିସର ସୂଚନାନୁସାରେ, ସୁଧୀର ତାଙ୍କ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଚାଷ ଜମିରେ ପୋତି ଦେବା ବିଷୟରେ କହିଥିଲେ। ତେବେ ଦୀର୍ଘ ସମୟ ଧରି ଜେସିବିରେ ଖୋଳିବା ପରେ ମଧ୍ୟ ପୋଲିସକୁ ମୃତଦେହ ମିଳି ନଥିଲା । ପୁନଶ୍ଚ ଶୁକ୍ରବାର ଦିନ ଖନନକାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.