ETV Bharat / bharat

ଅଜବ ପରମ୍ପରା, ଯେଉଁଠି ଝିଅ ଯୌତୁକରେ ନିଏ ବିଷଧର ସାପ - ଅଜଣା କଥା

ଅଜବ ନିୟମ । ଯୌତୁକରେ ଜ୍ବାଇଁକୁ ଦିଆଯାଏ 21 ଟି ସାପ । ଆଜ୍ଞା ହଁ ଏହି କଥା ବିଶ୍ବାସ ନ ହେଉଥିଲେ ବି ଏହା ସତ । ପ୍ରଥା ଆମ ଦେଶରେ ହିଁ ରହିଛି ଏହି ପରମ୍ପରା । ମଧ୍ୟପ୍ରଦେଶର ଏକ ବିଶେଷ ସମୂଦାୟ ମଧ୍ୟରେ ଏହି ପ୍ରଥା ପ୍ରଚଳିତ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ....

ଅଜବ ପରମ୍ପରା; ବାହାଘର ବେଳେ ଝିଅ ନେଇଯାଏ ବିଷଧର ସାପ

author img

By

Published : Sep 23, 2020, 1:20 PM IST

Updated : Sep 23, 2020, 1:30 PM IST

ସାଧାରଣତଃ ଝିଅ ବାହାଘର ଧୁମଧାମରେ କରାଯାଇଥାଏ । ଏଥିପାଇଁ ବିବାହରେ ଟଙ୍କା, ସୁନା ଅଳଙ୍କାର, ଗାଡିଠୁ ଆରମ୍ଭ କରି ଘରର ନାନାଦି ଆସବାବା ପତ୍ର ଯୌତୁକରେ ଦେଇଥାନ୍ତି ପିତା । କିନ୍ତୁ ଆପଣ କେବେ ଶୁଣିଛନ୍ତି ଯୌତୁକରେ ବିଷଧର ସାପା ମଧ୍ୟ ଦିଆଯାଇଥାଏ ? ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ପ୍ରଥା ଆମ ଦେଶରେ ହିଁ ରହିଛି । ମଧ୍ୟପ୍ରଦେଶର ଏକ ବିଶେଷ ସମୂଦାୟ ମଧ୍ୟରେ ଏହି ପ୍ରଥା ପ୍ରଚଳିତ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ....

ମଧ୍ୟପ୍ରଦେଶର ଗୌରିଆ ସମ୍ପ୍ରଦାୟର ଲୋକମାନେ ନିଜ ଜ୍ବାଇଁଙ୍କୁ ଯୌତୁକ ଭାବରେ 21 ଟି ବିଷାକ୍ତ ସାପ ଦିଅନ୍ତି । କାହିଁ କେଉଁ କାଳରୁ ଏହି ପରମ୍ପରା ଏହି ସମ୍ପ୍ରଦାୟରେ ଚାଲିଆସୁଛି । ବିଶ୍ବାସ କରାଯାଏ ଯେ ଯଦି ଏହି ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ବିବାହରେ ସାପ ନ ଦିଅନ୍ତି, ତେବେ ଶୀଘ୍ର ତାଙ୍କ ଝିଅର ବିବାହ ଭାଙ୍ଗିଯାଏ ।

କୁହାଯାଏ ଯେ ଝିଅର ବିବାହ ସ୍ଥିର ହେବା ମାତ୍ରେ ବାପା ତାଙ୍କ ଜ୍ବାଇଁକୁ ଉପହାର ଦେବା ପାଇଁ ସାପ ଧରିବା ଆରମ୍ଭ କରିଦିଅନ୍ତି। ସେଗୁଡ଼ିକରେ ମଧ୍ୟରେ ନାଗ ସାପ ଭଳି ବିଷାକ୍ତ ସାପ ମଧ୍ୟ ଥାଏ । ଏଠାକାର ପିଲାମାନେ ସେହି ବିଷାକ୍ତ ସାପକୁ ଭୟ କରନ୍ତି ନାହିଁ । ବରଂ ସେମାନେ ଆରାମରେ ସେମାନଙ୍କ ସହିତ ଖେଳୁଥିବା ଦେଖିବାକୁ ମିଳେ ।

ବାସ୍ତବରେ, ଏହି ସମ୍ପ୍ରଦାୟର ଲୋକମାନଙ୍କର ମୁଖ୍ୟ ବୃତ୍ତି ହେଉଛି ସାପ ଧରିବା । ଯାହାକୁ ଲୋକମାନଙ୍କୁ ଦେଖାଇ ସେମାନେ ଟଙ୍କା ରୋଜଗାର କରିଥାନ୍ତି । ଏହି କାରଣରୁ ପିତା ନିଜ ଜ୍ବାଇଁଙ୍କୁ ଯୌତୁକରେ ଦେଇ ସାପ ଦିଅନ୍ତି । ଯାହାଫଳରେ ସେ ଏହି ସାପମାନଙ୍କ ମାଧ୍ୟମରେ ଟଙ୍କା ରୋଜଗାର କରି ପରିବାର ଚଳାଇ ପାରିବେ।

ଏହି ସମ୍ପ୍ରଦାୟରେ ସାପମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ନିୟମ ମଧ୍ୟ କରାଯାଇଛି। କୁହାଯାଏ ଯେ ଯଦି ସାପଟି ସେମାନଙ୍କ ବାକ୍ସରେ ମରିଯାଏ, ତେବେ ସମଗ୍ର ପରିବାରକୁ ଲଣ୍ଡା ହେବାକୁ ପଡିଥାଏ । ଏହାସହ ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ଖାଇବାକୁ ଦେବାକୁ ପଡିଥାଏ ।

Last Updated : Sep 23, 2020, 1:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.