ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲସୋନାରୋ ।
11ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ମୋଦି । ଏହି ସମ୍ମିଳନୀରେ ଆତଙ୍କବାଦ ନିରାକରଣ ପାଇଁ ଧ୍ୟାନ କେନ୍ଦ୍ରିତ କରାଯାଇଛି । ବ୍ରିକ୍ସରେ ବିଶ୍ବର ପାଞ୍ଚ ପ୍ରମୁଖ ଯୋଗ ଦେଇଛନ୍ତି । ଭାରତ ସମେତ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା ସାମିଲ ଅଛି ।
ବୁଧବାର ଦ୍ବିପାକ୍ଷିକ ଆଲୋଚନା ପରେ 2020 ସାଧାରଣତନ୍ତ୍ର ଦିବସ ପାଇଁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ଓ ଏହାକୁ ଖୁସି ଖୁସି ଗ୍ରହଣ କରିଛନ୍ତି ବୋଲସୋନାରୋ । ରାଷ୍ଟ୍ରପତିଙ୍କ ସହ ଏକ ବଡ ପ୍ରତିନିଧି ମଣ୍ଡଳ ମଧ୍ୟ ଆସିବେ ।