ETV Bharat / bharat

ଶିକ୍ଷକଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ପଡିଲା ମହଙ୍ଗା, ଛାତ୍ରଙ୍କ ସହ ବାପା ଅଟକ

author img

By

Published : Sep 14, 2020, 4:38 PM IST

କୋରୋନା କାରଣରୁ ଜାରି ରହିଥିବା ଅନଲାଇନ କ୍ଲାସ ସମୟରେ ଘରୋଇ ସ୍କୁଲର ଜଣେ 10ମ ଶ୍ରେଣୀ ଛାତ୍ର ଶିକ୍ଷକଙ୍କୁ ଅଶ୍ଳୀଳ ମେସେଜ ପଠାଇଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

ଶିକ୍ଷକଙ୍କୁ ଅଶ୍ଲିଳ ବାର୍ତ୍ତା ପଠାଇବା ପଡିଲା ମହଙ୍ଗା, ଛାତ୍ରଙ୍କ ସହ ବାପା ଅଟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରଦାବାଦ ଜିଲ୍ଲାରେ ଏକ ଅନଲାଇନ କ୍ଲାସ ସମୟରେ ଶିକ୍ଷକଙ୍କ ନିକଟକୁ 'ଅଶ୍ଳୀଳ ମେସେଜ' ପଠାଇବା ଅଭିଯୋଗରେ ଏକ ଘରୋଇ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖାଯାଇଛି ।

ଖାଲି ସେତିକି ନୁହଁ ଫୋନରେ 'ଶିକ୍ଷକଙ୍କୁ ଧମକ ଦେବା' ଅଭିଯୋଗରେ ଛାତ୍ରଙ୍କ ବାପାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଶନିବାର ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୋଲିସର ଅଭିଯୋଗ ଅନୁସାରେ, ମୋରଦାବାଦର ସିବିଏସଇ ସମ୍ବଦ୍ଧିତ ବିଦ୍ୟାଳୟର 30 ବର୍ଷୀୟ ସାମାଜିକ ବିଜ୍ଞାନ ଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ସେ ଗୁଗୁଲ ମିଟରେ ଏକ ଅନଲାଇନ କ୍ଲାସ ନେଉଥିବାବେଳେ ତାଙ୍କୁ ଦୁଇଟି ଅଶ୍ଳୀଳ ମେସେଜ ପଠାଯାଇଥିଲା। ଏହି ମେସେଜ ଅନ୍ୟ ଛାତ୍ରମାନେ ମଧ୍ୟ ପଢିଛନ୍ତି ବୋଲି ସେ କହିଛନ୍ତି ।

ସେ ତାଙ୍କ ଅଭିଯୋଗରେ କହିଛନ୍ତି, "ମୁଁ ଛାତ୍ରଙ୍କ ପରିବାର ନିକଟକୁ ଯାଇଥିଲି । ତଥାପି ତାଙ୍କ ପିତା ତାଙ୍କ ପିଲାଙ୍କୁ ଗାଳି ଦେବା ପରିବର୍ତ୍ତେ ଶୁଣିବାକୁ ମନା କରିଦେଇଥିଲେ । ସେ ଅସଦାଚରଣ କରି ମୋତେ ଧମକ ମଧ୍ୟ ଦେଇଥିଲେ"।

ପରେ ପୋଲିସ ଉଭୟ ବାପା-ପୁଅଙ୍କୁ ବିରୋଧରେ ପ୍ରାଥମିକ ମାମଲା ରୁଜୁ କରିଥିଲା ।

ସର୍କଲ ଅଧିକାରୀ କୁଲଦୀପ ସିଂ କହିଛନ୍ତି ଯେ, ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ସବିଶେଷ ଯାଞ୍ଚ ପାଇଁ ସାଇବର ସେଲକୁ ଏକ ରିପୋର୍ଟ ପଠାଯାଇଛି ।

ସିଭିଲ୍ ଲାଇନ୍ସ SHO, ନୱାଲ ମାରୱା ଗଣମାଧ୍ୟମକୁ କହିଛନ୍ତି ଯେ, ଛାତ୍ରଙ୍କ ବିରୋଧରେ ଆଇପିସି ଧାରା 504 ଏବଂ 67A ମାମଲା ରୁଜୁ ହୋଇଛି । ଛାତ୍ରଙ୍କ ପିତାଙ୍କ ବିରୋଧରେ ଆଇପିସିର ଧାରା 506 ଅନୁଯାୟୀ ମାମଲା ରୁଜୁ କରାଯାଇ ଅଟକ ରଖାଯାଇଛି । ମାରୱା କହିଛନ୍ତି ଯେ, ଛାତ୍ରଙ୍କ ପରିବାର ଉପରେ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯାଉଛି ।

ସୂତ୍ରରୁ ପ୍ରକାଶ ଯେ ବିଦ୍ୟାଳୟ ଏ ବିଷୟରେ ଅବଗତ ଅଛି, କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.