କୋଲକାତା: ପଶ୍ଚିମବଙ୍ଗର ବାରବାଣିରେ ରାଜ୍ୟ ବିଜେପିର ଚାଲିଥିବା ଏକ କାର୍ଯ୍ୟକ୍ରମରେ ଗୁଳି ଓ ବୋମା ମାଡ ହୋଇଛି । ଏହି ଗୁଳି ମାଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ଶାସକ ତୃଣମୂଳ କଂଗ୍ରେସ ଦ୍ବାରା କର।ଯାଇଥିବା ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମାନେ ଅଭିଯୋଗ ଆଣିଛନ୍ତି ।
ଆଶାନସୋଲ ଜିଲ୍ଲା ବାରାବାଣୀରେ ରାଜ୍ୟ ବିଜେପି ମମତା ସରକାରଙ୍କ ଦ୍ବାରା ଚାଲିଥିବା ଜଙ୍ଗଲରାଜ ବିରୋଧରେ ‘ଆର ନୋଇ ଅନ୍ୟାୟ’ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ବୋମା ଓ ଗୁଳି ମାଡ ଆରମ୍ଭ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି । ବୋମା ମାଡ ଫଳରେ ଅନେକ ଦୁଇ ଚକିଆ ଗାଡି ମଧ୍ୟ ଘଟଣାସ୍ଥଳରେ ଜଳି ଯଇଥିବା ଦେଖିବାକୁ ମିଳିଛି ।
ତେବେ ଏହି ଆକ୍ରମଣ ପାଇଁ ରାଜ୍ୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟ ଓ ପଶ୍ଟିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ପ୍ରମୁଖ ଶାସକ ତୃଣମୂଳ କଂଗ୍ରେସକୁ ସିଧାସଳଖ ଦାୟୀ କରିଛନ୍ତି ।
ଅନ୍ୟପଟେ ତୃଣମୁଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ ବିଜେପି କର୍ମୀ ଗୁଳି ଚାଳାଇଥିବା ପାଲଟା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ