ETV Bharat / bharat

ଅର୍ଣ୍ଣବ ଗୋସ୍ବାମୀ ଗିରଫ ଘଟଣା: ଶୁକ୍ରବାର ଜାମିନ ଆବେଦନର ଶୁଣାଣୀ କରିବେ ବମ୍ବେ ହାଇକୋର୍ଟ

author img

By

Published : Nov 5, 2020, 9:09 PM IST

ଅର୍ଣ୍ଣବ ଗୋସ୍ବାମୀଙ୍କୁ ବମ୍ବେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଁ ତତ୍କାଳ ଆଶ୍ବସ୍ତି ମିଳିନାହିଁ । ତେବେ ଜାମିନ ଆବେଦନ ଉପରେ ଶୁକ୍ରବାର କୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...

ଅର୍ଣ୍ଣବ ଗୋସ୍ବାମୀ ଗିରଫ ଘଟଣା: ଶୁକ୍ରବାର ଜାମିନ ଆବେଦନର ଶୁଣାଇ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବମ୍ବେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଁ ତତ୍କାଳ ଆଶ୍ବସ୍ତି ମିଳିନାହିଁ । ତେବେ ଜାମିନ ଆବେଦନ ଉପରେ ଶୁକ୍ରବାର କୋର୍ଟରେ ଶୁଣାଣି ହେବ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମୁମ୍ବାଇର ଏକ କୋର୍ଟ ଅର୍ଣ୍ଣବଙ୍କୁ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଇଛି । ତେବେ ନଭେମ୍ବର 18 ଯାଏଁ ନ୍ୟାୟିକ ହେପାଜତରେ ରହିବେ ଅର୍ଣ୍ଣବ ।

ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ ସରକାରଙ୍କ ପକ୍ଷ ନଶୁଣିବା ଯାଏଁ ଅନ୍ତରୀଣ ଜାମିନ ଆବେଦନ ଉପରେ ତତ୍କାଳ ଶୁଣାଣି ହୋଇପାରିବ ନାହିଁ । ଜଷ୍ଟିସ ଏମଏସ କାର୍ଣ୍ଣିକ ଏବଂ ଏସ.ଏସ ସିନ୍ଦେଙ୍କ ଏକ ବେଞ୍ଚ କହିଛନ୍ତି ଯେ ଗିରଫ ଏବଂ ରିମାଣ୍ଡ ନେଇ ଜାମିନ ଆବେଦନ ଉପରେ ଶୁକ୍ରବାର ଅପରାହ୍ନ 3ଟାରେ ଶୁଣାଣି ହେବ।

ବୁଧବାର ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା । ବିନା ନୋଟିସରେ ସାମ୍ବାଦିକଙ୍କ ଘରେ ପଶି ଜୋର ଜବରଦେସ୍ତ ଉଠାଇ ନେଇଥିଲା ପୋଲିସ । ଗୋସ୍ବାମୀ ଜଣେ ଇଣ୍ଟେରିୟର ଡିଜାଇନର ଏବଂ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ପୋଲିସ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଗିରଫ କରି ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ତେବେ ପୋଲିସ ତାଙ୍କ ସହ ମାରପିଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.