ETV Bharat / bharat

ମୃତଦେହ ପାଖ ବେଡରେ ଚାଲିଛି କୋରୋନା ରୋଗୀଙ୍କ ଚିକିତ୍ସା - coronavirus

ମୃତଦେହ ପାଖ ବେଡରେ ଚାଲିଛି କୋରୋନା ରୋଗୀ ଚିକିତ୍ସା । ଏହାକୁ ନେଇ ଟ୍ବିଟ କରିଛନ୍ତି ବିରୋଧୀ ଦଳ ବିଧାୟକ । ଅଧିକ ପଢନ୍ତୁ...

Bodies Next To Coronavirus Patients In Mumbai Hospital
ମୃତଦେହ ପାଖ ବେଡରେ ଚାଲିଛି କୋରୋନା ରୋଗୀ ଚିକିତ୍ସା
author img

By

Published : May 7, 2020, 7:29 PM IST

ମୁମ୍ବାଇ: ସାରା ବିଶ୍ବ କୋରୋନା ନେଇ ଚିନ୍ତାରେ ଥିବା ବେଳେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହରାଷ୍ଟ ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ତାହା ପୁଣି ଅନ୍ୟ କେଉଁଠି ନୁହେଁ କୋରୋନା ହସ୍ପିଟାଲରେ । ମୁମ୍ବାଇ ସିଓନ ହସ୍ପିଟାଲରେ ମୃତଦେହ ନିକଟରେ ହେଉଛି କୋରୋନା ରୋଗୀଙ୍କ ଚିକିତ୍ସା । ଅର୍ଥାତ କୋରୋନା ରୋଗୀଙ୍କ ଶଯ୍ୟା ନିକଟରେ ରଖାଯାଇଛି ଅନ୍ୟ ରୋଗୀଙ୍କ ମୃତଦେହ ।

ତେବେ ଏଭଳି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ନୁହେଁ ଦୁଇଟି ନୁହେଁ ରୋଗୀଙ୍କ ପାଖ ବେଡରେ ପ୍ରାୟ 7ରୁ ଅଧିକ ମୃତଦେହ ରଖାଯାଇଛି । ଏଥିରେ ହସ୍ପିଟାଲରେ ରୋଗୀଙ୍କ ନିକଟରେ ଥିବା ଆଟେଣ୍ଡାଣ୍ଟ ମଧ୍ୟ କୌଣସି ଭୟ ନକରି ରୋଗୀଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଇଛି ।

ବିରୋଧୀ ଦଳର ବିଧାୟକ ନିତିଶ ରାଣେ ଏହି ଭିଡିଓ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଲଜ୍ୟା ଜନକ ବୋଲି କହିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.