ETV Bharat / bharat

ଶପଥ ଗ୍ରହଣ ପରେ କାହାର ପାଦ ଛୁଇଁଲେ ବୋବଡେ,ଜାଣନ୍ତୁ... - bobde touches feet of mother

ଶପଥ ଗ୍ରହଣ ପରେ ମାଆଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ବୋବଡେ। ପୁଅର ସଫଳତା ଦେଖି ଭାବୁକ ହେଲେ ବୋବଡେଙ୍କ ମାଆ । ଆଗକୁ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 19, 2019, 8:41 AM IST

ନୂଆଦିଲ୍ଲୀ: ସୋମବାର ଶପଥ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର 47ତମ ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ସହ ତାଙ୍କୁ ଶପଥପାଠ କରାଇଥିଲେ । ତେବେ ଶପଥପାଠ ଉତ୍ସବରେ ଉପସ୍ଥିତ ଥିବା ତାଙ୍କ ମାଆଙ୍କର ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ ।

ଅନେକ ଦିନର ଅସୁସ୍ଥତା ଯୋଗୁଁ ବୋବଡେଙ୍କ ମାଆ କଥାବାର୍ତ୍ତା କରିପାରନ୍ତି ନାହିଁ । ହେଲେ ତାଙ୍କ ମୁହଁର ଭାବ କହୁଥିଲା ପୁଅର ଶପଥପାଠ ନେଇ ସେ କେତେ ଖୁସି । ବୋବଡେ ତାଙ୍କ ପାଦ ଛୁଇଁବା ପରେ ସେ ଟିକେ ହସି ଭାବୁକ ହୋଇଯାଇଥିଲେ । ଉତ୍ସବରେ ଉପସ୍ଥିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟମାନେ ତାଳି ମାରି ଶୁଭେଚ୍ଛା ଜଣାଇଥିଲେ ।

ସୂଚନା ଅନୁସାରେ, ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତ ଅକ୍ଟୋବର 18 ତାରିଖରେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ବୋବଡେଙ୍କ ନାମଙ୍କୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ । ବୋବଡେ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା 5 ଜଣିଆ ଖଣ୍ଡପୀଠରେ ମଧ୍ୟ ରହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.