ଉତ୍ତରପ୍ରଦେଶ: ବାହାରାଇଚ ଥାନା ମୋତିପୁର ଅଞ୍ଚଳ ଲୋକେହୀ ଗାଁରେ ଅଘଟଣ । ଭଦା ନଦୀରେ ଡଙ୍ଗା ଓଲଟିବାରୁ 20 ଜଣ ଯାତ୍ରୀ ବୁଡି 16 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି । ଅନ୍ୟ 3 ଜଣ ନିଖୋଜ ଥିବା ନେଇ ସୂଚନା ରହିଛି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ରାଜ୍ୟସ୍ବ ବିଭାଗର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଜିଲ୍ଲା ଡିଏମ ଏବଂ ଡିଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନାନୁସାରେ, ନେପାଳ ସୀମାନ୍ତବର୍ତ୍ତୀ ଗାଁ ଲୋକେହୀ ଦେଇ ନେପାଳର ଭଦା ନଦୀ ପ୍ରଭାବିତ ହୋଇଛି । ଯେଉଁଠି ନଦୀର ଅନ୍ୟପଟେ ଗ୍ରାମବାସୀଙ୍କ ଜମି ରହିଛି । ହଳ କରିବାକୁ ପ୍ରତିଦିନ ଗ୍ରାମବାସୀ ଡଙ୍ଗାରେ ନଦୀପାର ହୋଇ ଯାତାୟତ କରିଥାନ୍ତି । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସକାଳ 9ଟାରେ ଡଙ୍ଗାରେ ଲୋକେହୀ ଗ୍ରାମର 20 ଜଣ ଗ୍ରାମବାସୀ ନିଜ ଜମି ଧାନ ରୋହିବାକୁ ଡଙ୍ଗାରେ ନଦୀ ପାର ହେଉଥିଲେ । ସେତିକିବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା ।
ଘଟଣାକୁ ନେଇ ସାରା ଅଞ୍ଚଳରେ ହଇଚଇ ଖେଳି ଯାଇଥିବାବେଳେ ସ୍ଥାନୀୟ ଲୋକମାନେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଦୌଡି ଆସିଥିଲେ । ଯେଉଁଥିରେ 16 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।