ମୁମ୍ବାଇ: ସ୍ବପ୍ନ ନଗରୀ ମୁମ୍ବାଇରେ ହୁ ହୁ ହୋଇ ବଢି ଚାଲିଥିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସେଠାରେ ଚଳିତ ବର୍ଷ ଏପ୍ରିଲ 20 ରୁ 29 ଅକ୍ଟୋବର ମଧ୍ୟରେ 1.6 ଲକ୍ଷରୁ ଅଧିକ ଲୋକଙ୍କଠାରୁ ଫେସ୍ ମାସ୍କ ନିୟମର ଉଲ୍ଲଂଘନ ପାଇଁ ପ୍ରାୟ 3.5 କୋଟି ଟଙ୍କା ବମ୍ବେ ମୁନିସିପାଲ କର୍ପୋରେସନ ଜୋରିମାନା ସଂଗ୍ରହ କରିଛି । ଏ ସଂପର୍କରେ ସିଭିକ୍ ସଂଗଠନ ପକ୍ଷରୁ ସୂଚନା ମିଳିଛି ।
କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାର୍ବଜନୀନ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା, କରୋନାଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏହି ନିର୍ଦ୍ଦେଶାବଳୀ ଗୁଡିକୁ ଜାରି କରିଥିଲା । ତେବେ ଏହି ନିୟମ ଉଲଘଂନ କରିବା ଅଭିଯୋଗରେ 9107 ଚାଲାଣ କଟାଯାଇ ଅକ୍ଟୋବର 29 ସୁଦ୍ଧା ପ୍ରାୟ 18 ଲକ୍ଷ 21ହଜାର 400 ଟଙ୍କା ଆଦାୟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।
ବିଏମସି ସୂଚନା ମୁତାବକ, ଚଳିତ ବର୍ଷ ଏପ୍ରିଲ 20ରୁ ଅକ୍ଟୋବର 29 ମଧ୍ୟରେ ମାସ୍କ ପିନ୍ଧିବା ନିୟମ ଉଲଘଂନ କରିଥିବା 1,60,279 ଉଲଘଂନକାରୀଙ୍କ ଠାରୁ ପ୍ରାୟ 3 କୋଟି 49 ଲକ୍ଷ 34 ହଜାର 800ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଶନିବାର ପର୍ଯ୍ୟନ୍ତ ଭାରତର ରାଜ୍ୟଙ୍କ ମଧ୍ୟରେ ମହାରାଷ୍ଟ୍ର କୋରୋନା ମହାମାରୀରେ ସବୁଠୁ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ତେବେ ମହାରାଷ୍ଟ୍ର ଶନିବାର ସୁଦ୍ଧା 1,25,971 ଜଣ କୋରୋନାରେ ସକ୍ରିୟ ଥିବାବେଳେ 15,03,050 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ରାଜ୍ୟରେ କୋରୋନା ମହାମାରୀରେ ରାଜ୍ୟରେ 43,837 ଜଣଙ୍କ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ANI Report