ETV Bharat / bharat

‘ବ୍ଲୋଫିସ୍‌’ ପ୍ରଭାବ: ଏଣିକି ଯୁବପୀଢିଙ୍କ ପରି ନୂଆ ଶବ୍ଦ ଶିଖିପାରିବେ ଶିଶୁ - ଯୁବପୀଢି

ପିଲାମାନେ କିପରି ଏହି ନୂଆ ଶବ୍ଦ ସବୁକୁ ଗ୍ରହଣ କରନ୍ତି ଓ ମନେ ରଖନ୍ତି ସେନେଇ କିଛି ମନସ୍ତତ୍ତ୍ବବିଦ୍‌ ଆରମ୍ଭ କରିଛନ୍ତି ସର୍ବେକ୍ଷଣ । ଏଥିସହ ଛୋଟ ପିଲାମାନଙ୍କ ଶିଖିବା ପ୍ରଣାଳୀ ଓ ଯୁବପୀଢିଙ୍କ ଶିଖିବା ପ୍ରଣାଳୀ କିପରି ଭିନ୍ନ ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି ପ୍ରିନ୍ସଟନ୍‌ ୟୁନିଭର୍ସିଟିର ଏହି ମନସ୍ତତ୍ତ୍ବବିଦ୍‌ ଟିମ୍‌ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 2, 2019, 10:43 PM IST

ହାଇଦ୍ରାବାଦ: କୁନି କୁନି ପିଲାମାନଙ୍କ ପାଇଁ ଶିକ୍ଷାର ରହିଛି ଅନେକ ମହତ୍ତ୍ବ । ହେଲେ ଶିକ୍ଷା ହାସଲ କରିବା ପୂର୍ବରୁ ଏହି କୁନି ଭବିଷ୍ୟତମାନଙ୍କ ପାଖରେ ଭାଷାର ସଠିକ୍‌ ଜ୍ଞାନ ରହିବା ନିତାନ୍ତ ଆବଶ୍ୟକ । କାରଣ ପିଲାମାନଙ୍କ ପାଖରେ ଭାଷା ଜ୍ଞାନ ଯେତେ ସରଳ ଓ ସମ୍ପୂର୍ଣ୍ଣ ରହିବ ସେମାନଙ୍କ ଶିକ୍ଷା ପ୍ରତି ମୂଳଦୂଆ ସେତିକି ଶକ୍ତ ଓ ଉଚ୍ଚକୋଟୀର ହେବ ।

ସାଧାରଣତଃ ପିଲାମାନେ ଅଧିକାଂଶ ଶବ୍ଦ ସ୍କୁଲ ଯିବା ପୂର୍ବରୁ ଘରେ ନିଜ ପିତାମାତାଙ୍କ ପାଖରୁ ଶିଖିଥାନ୍ତି । ତେବେ ପିଲାମାନେ କିପରି ଏହି ନୂଆ ଶବ୍ଦ ସବୁକୁ ଗ୍ରହଣ କରନ୍ତି ଓ ମନେ ରଖନ୍ତି ସେନେଇ କିଛି ମନସ୍ତତ୍ତ୍ବବିଦ୍‌ ଆରମ୍ଭ କରିଛନ୍ତି ସର୍ବେକ୍ଷଣ । ଏଥିସହ ଛୋଟ ପିଲାମାନଙ୍କ ଶିଖିବା ପ୍ରଣାଳୀ ଓ ଯୁବପୀଢିଙ୍କ ଶିଖିବା ପ୍ରଣାଳୀ କିପରି ଭିନ୍ନ ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି ପ୍ରିନ୍ସଟନ୍‌ ୟୁନିଭର୍ସିଟିର ଏହି ମନସ୍ତତ୍ତ୍ବବିଦ୍‌ ଟିମ୍‌ ।

ପ୍ରାଥମିକ ପର୍ଯ୍ୟାୟରେ ମନସ୍ତତ୍ତ୍ବବିଦ୍‌ମାନେ 3ରୁ 5 ବର୍ଷର ପିଲାମାନଙ୍କୁ ନେଇ ଏହି ଅନୁଧ୍ୟାନ କରିଥିଲେ । ଯେଉଁଥିରେ ଜଣା ପଡିଥିଲା କି ପିଲାମାନେ ନୂଆ ଶବ୍ଦ ଶିଖିବା ସମୟରେ ଏହାର ଅର୍ଥ ବୁଝିବାକୁ ଚେଷ୍ଟା କରିଥାନ୍ତି । ଉଦାହରଣ ସ୍ବରୂପ ଏକ ନୂଆ ପ୍ରଜାତିର କୁକୁରର ନାମ ମନେ ରଖିବାକୁ ହେଲେ ପ୍ରଥମେ ସେମାନେ ସାଧାରଣ କୁକୁର ସହ ନୂଆ ପ୍ରଜାତି କୁକୁରର ଗୁଣକୁ ମିଶାଇଥାଆନ୍ତି ଏବଂ ଶେଷରେ ଏହାର ନାମ ମନେ ନ ରଖି କେବଳ କୁକୁରର ଏକ ପ୍ରଜାତି ଭାବେ ମନେ ରଖନ୍ତି ।

ଅପରପକ୍ଷରେ ଯୁବପୀଢିମାନେ କିଛି ନୂଆ ଶବ୍ଦ ଶିଖିବାକୁ ହେଲେ ପ୍ରଥମେ ଏହାର ଜାତି ବା ପ୍ରକାରକୁ ଲକ୍ଷ୍ୟ କରନ୍ତି । ପରେ ମୂଳ ପ୍ରଜାତି ସହ ଗୁଣର ତଫାତ୍‌କୁ ଲକ୍ଷ୍ୟ କରନ୍ତି । ଏହା କରିବା ଦ୍ବାରା ଯୁବପୀଢିମାନେ ନୂଆ ଶବ୍ଦକୁ ଶୀଘ୍ର ଓ ସ୍ବତନ୍ତ୍ର ଭାବେ ମନେ ରଖିପାରନ୍ତି । ଉଦାହରଣ ସ୍ବରୂପ ଯୁବପୀଢିଙ୍କୁ ଏକ ନୂଆ କିସମର ଫୁଲର ନାମ ମନେ ରଖିବାକୁ ହେଲେ ସେମାନେ ସେହି ଫୁଲର ବିଭିନ୍ନ ଗୁଣ ସହ ଏକ ସାଧାରଣ ଫୁଲର ଗୁଣକୁ ତୁଳନା କରିଥାଆନ୍ତି । ପରେ ଯେଉଁ ସବୁ ଗୁଣ ଯୋଗୁଁ ଫୁଲଟି ଭିନ୍ନ ସେହି ଆଧାରରେ ଯୁବପୀଢି ଫୁଲକୁ ମନେ ରଖିଥାଆନ୍ତି ।

ଛୋଟ ପିଲାମାନଙ୍କ ପାଖରେ ଏହି ଗୁଣକୁ ବିକାଶ କରିବା ପାଇଁ ଅନୁସନ୍ଧାନକାରୀମାନେ ‘ବ୍ଲୋଫିସ’ ନାମକ ଏକ ପ୍ରକ୍ରିୟାର ଗଠନ କରିଛନ୍ତି । ଏହି ବ୍ଲୋଫିସ ପ୍ରଭାବରେ ପିଲାମାନଙ୍କୁ କିଛି ଫଟୋ ଜରିଆରେ ବିଭିନ୍ନ ଶବ୍ଦ ଭିତରେ ଥିବା ପାର୍ଥକ୍ୟକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା । ପ୍ରଭାବ ସ୍ବରୂପ ପିଲାମାନେ ନୂଆ ଶବ୍ଦ ବା ବସ୍ତୁକୁ ସାଧାରଣ ଆକାରରେ ମନେ ନ ରଖି ଏହାର ପ୍ରକାରଭେଦ ଓ ସାଧାରଣ ବର୍ଗରୁ ଏହା କିପରି ଭିନ୍ନ ତାହା ଜାଣିବାକୁ ଚେଷ୍ଟା କରିଥିଲେ ।

ଫଳସ୍ବରୂପ ଛୋଟ ପିଲାମାନେ ବଡମାନଙ୍କ ପରି ଶବ୍ଦ ମଧ୍ୟରେ ପାର୍ଥକ୍ୟ ବୁଝି ପ୍ରତିଟି ଶବ୍ଦର ଅର୍ଥ ବୁଝିବା ସହ ଏହା ମନେ ରଖିବା ଆରମ୍ଭ କରିଥିଲେ । ଏନେଇ ମନସ୍ତତ୍ତ୍ବ ବିଭାଗ ପ୍ରଫେସର ଆଡେଲେ ଗୋଲ୍ଡବର୍ଗଙ୍କ କହିବା ଅନୁଯାୟୀ ପ୍ରାରମ୍ଭିକ ସ୍ତରରେ ପିଲାମାନଙ୍କ ପାଇଁ ଅର୍ଥ ଅଧିକ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ବ୍ଲୋଫିସ ପ୍ରଭାବରେ ପିଲାମାନେ ଅର୍ଥ ସହ ଏହାର ପ୍ରକାରଭେଦ ଓ ସ୍ବତନ୍ତ୍ରତା ମଧ୍ୟ ଜାଣିବାରେ ସକ୍ଷମ ।

ଯାହା ପିଲାମାନଙ୍କୁ ନେଇ ସାଧାରଣରେ ରହିଥିବା ଚିନ୍ତାଧାରାକୁ ଭୁଲ ପ୍ରମାଣ କରିଛି । ସାଧାରଣରେ ରହିଥିବା ଚିନ୍ତାଧାରା ଅନୁଯାୟୀ ପିଲାମାନେ ନୂଆ ଶବ୍ଦକୁ କିଛି ଭିନ୍ନତାର ସହ ଗ୍ରହଣ ନ କରି ସାଧାରଣ ଭାବେ ଗ୍ରହଣ କରନ୍ତି । କିନ୍ତୁ ବ୍ଲୋଫିସ ପ୍ରଭାବରେ ଏହାକୁ ଭୁଲ ପ୍ରମାଣ କରିଛନ୍ତି ପ୍ରିନ୍ସଟନ୍‌ ୟୁନିଭର୍ସିଟିର ଏହି ମନସ୍ତତ୍ତ୍ବବିଦ୍‌ ଟିମ୍‌ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.