ETV Bharat / bharat

ପ୍ରଦୂଷିତ ଯମୁନା, ବନ୍ଦ ହେବ ପିଇବା ପାଣି ! - delhi

ଦିଲ୍ଲୀର ଏକମାତ୍ର ନଦୀ ଯମୁନା କ୍ରମାଗତ ଭାବେ ପ୍ରଦୂଷିତ ହେବାରେ ଲାଗିଛି ।  ତେବେ ଏନେଇ ଦିଲ୍ଲୀ ଜଲ ବୋର୍ଡ(ଡିଜିବି) କହିଛନ୍ତି ଯେ, ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣରେ ବାଧା ଉପୁଜିପାରେ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 5, 2019, 3:37 AM IST

ନୂଆଦିଲ୍ଲୀ: ପ୍ରଦୂଷିତ ଜଳବାୟୁକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ । କ୍ରମାଗତ ଭାବେ ଦିଲ୍ଲୀର ପାଣିପାଗ ବିଗୁଡ଼ୁଥିବା ବେଳେ ଏବେ ପାନୀୟ ଜଳକୁ ନେଇ ମଧ୍ୟ ସମସ୍ୟା ମୁଣ୍ଡ ଟେକିଛି । କାରଣ ଦିଲ୍ଲୀର ଏକମାତ୍ର ନଦୀ ଯମୁନା କ୍ରମାଗତ ଭାବେ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇପାରେ ବୋଲି କହିଛି ଦିଲ୍ଲୀ ଜଲ ବୋର୍ଡ ବା (ଡିଜିବି) ।

ଡିଜିବି କହିଛି ଯମୁନା ନଦୀ ଦିନକୁ ଦିନ ପ୍ରବଳ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ଆଗାମୀ ଦିନରେ ଦିଲ୍ଲୀବାସୀଙ୍କୁ ପାନୀୟ ଜଳ ଯୋଗାଇବା କଷ୍ଟକର ବ୍ୟାପାର ହୋଇପଡ଼ିବ । ଏନେଇ ଖୁବଶୀଘ୍ର ପଦକ୍ଷେପ ନେବାକୁ ପଡ଼ିବ ।

ଡିଜିବିର କର୍ମକର୍ତ୍ତା ନିକଟରେ ଯମୁନା ଉପରେ ନିର୍ମିତ ତେଜଓ୍ବାଲା ବ୍ୟାରେଜ ପରିଦର୍ଶନ କରିଥିଲେ । ଉକ୍ତ ବ୍ୟାରେଜର କୂଳରେ ଅନେକ ଲୋକ ଘର କରିଛନ୍ତି । ଏହାଦ୍ବାରା ଅନେକ ବର୍ଜ୍ୟବସ୍ତୁ ନଦୀରେ ଆସି ମିଶୁଛି । ଏହା ବ୍ୟତୀତ ଅନେକ ଆବର୍ଜନା ଦ୍ବାରା ମଧ୍ୟ ବ୍ୟାରେଜର ଜଳ ପ୍ରବାହରେ ବାଧା ସୃଷ୍ଟି ହୋଇଛି । ଫଳରେ ଜଳ ବିଶୁଦ୍ଧିକରଣ ପାଇଁ ପର୍ଯ୍ୟାପ୍ତ ଜଳ ଆସିପାରୁନାହିଁ । ଫଳରେ ଦିଲ୍ଲୀବାସୀଙ୍କୁ ପାନୀୟ ଜଳ ଯୋଗାଇବା ଆଗାମୀ ଦିନରେ କଷ୍ଟକର ବ୍ୟାପାର ହୋଇପଡ଼ିବ ବୋଲି ଡିଜିବି ପକ୍ଷରୁ କୁହାଯାଇଛି ।

ତେବେ ଏହି ସମସ୍ୟାକୁ ନେଇ ଉଭୟ ଦିଲ୍ଲୀ ଓ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏପରିକି ଗ୍ରୀନ ଟ୍ରିବ୍ୟୁନାଲ, ହରିୟାଣା ସରକାର ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖା ଯାଇଥିବା ଡିଜିବି ପକ୍ଷରୁ କୁହାଯାଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.