ଚଣ୍ଡିଗଡ଼: ହରିୟାଣାର ରୋହତକଠାରେ ଚାଲିଥିବା ବିଜେପିର ସାମାଜିକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ନାଇଟ୍ରୋଜେନ ଗ୍ୟାସ ଭର୍ତ୍ତି ଥିବା ବେଲୁନ ଫାଟି ନିଆଁ ଲାଗିବାରୁ କିଛି ନେତାଙ୍କ ଶରୀରରେ ନିଆଁ ଲାଗିଥିବା ସୂଚନା ମିଳିଛି ।
ରାଜ୍ୟର ରୋହତକରେ ଏକ ସାମାଜିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ନାଇଟ୍ରୋଜନ ଭର୍ତ୍ତି ଥିବା ବେଲୁନ ଫାଟିବାରୁ ସଭାରେ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା କିଛି କର୍ମୀଙ୍କ ଶରୀରରେ ନିଆଁ ଲାଗିଯିବାରୁ ସେମାନେ ଆହତ ହୋଇଛନ୍ତି । ତେବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୂର୍ବତନ ମନ୍ତ୍ରୀ ମନୀଷ ଗ୍ରୋଭର, ରୋହତକ ସାଂସଦ ଡଃ ଅରବିନ୍ଦ ଶର୍ମାଙ୍କ ପତ୍ନୀ ଓ ଝିଅଙ୍କ ସମେତ କିଛି କର୍ମୀଙ୍କ କେଶ ଓ ଚେହେରା ଜଳିଯାଇଥିବା ସୂଚନା ମିଳିଛି ।
ଏହାସହିତ ନିଆଁ ଲାଗିବା ଦ୍ବାରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରାୟ 12ରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ସେମାନେ ମଞ୍ଚ ଉପରେ 85 ଫୁଟ ଉଚ୍ଚର ଜାତୀୟ ପତାକାକୁ ଉତ୍ତୋଳନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ