ETV Bharat / bharat

ସଂସଦରେ ଟ୍ରମ୍ପ ଝଡ, ସ୍ପଷ୍ଟୀକରଣ ରଖିଲେ ବୈଦେଶିକ ମନ୍ତ୍ରୀ - s jaysankar reply on rajyasabha

ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ବୟାନକୁ ରାଜ୍ୟସଭାରେ ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ମଧ୍ୟସ୍ଥତା ପାଇଁ କହିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 23, 2019, 8:53 PM IST

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ବୟାନକୁ ନେଇ ମଙ୍ଗଳବାର ସଂସଦରେ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ଲୋକସଭା ଏବଂ ରାଜ୍ୟସଭା ଉଭୟ ସଦନରେ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଛି ବିରୋଧି କଂଗ୍ରେସ । ଯାହାର ଜବାବ ରଖିଛନ୍ତି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର । କାଶ୍ମୀର ସମସ୍ୟା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାର ମଧ୍ୟସ୍ଥତା ପାଇଁ କହିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ।

ସେ ରାଜ୍ୟସଭାରେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ନେଇ ଯେଉଁ ଦାବି କରିଛନ୍ତି ତାହା ସମ୍ପୁର୍ଣ୍ଣ ଭାବରେ ମିଥ୍ୟା । ତେଣୁ ଏହାକୁ ବିଶ୍ବାସ ନକରିବାକୁ ଗୃହର ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ସେ । କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଅନୁରୋଧ କରିଥିବା କହିଥିଲେ । ଟ୍ରମ୍ପଙ୍କ ବୟାନ ପରେ ଦେଶରେ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ଏହି ଖବରକୁ ଖାରଜ କରି ଦିଆଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.