ନୂଆଦିଲ୍ଲୀ: ବିଜେପିର ନୂତନ ଯୁବମୋର୍ଚ୍ଚା ସଭାପତି ହେଲେ ସାଂସଦ ତେଜସ୍ବୀ ସୂର୍ଯ୍ୟ । ସେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ସାଉଥର ସାଂସଦ ଭାବରେ 2019 ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ।
ବିଜେପିର ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦଳର ନୂତନ ଭାବରେ ଉପସଭାପତି ସହିତ ଦଳୀୟ ମହାମନ୍ତ୍ରୀ ଓ ଦଳର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି । ଏହି ଅବସରରେ ଦଳର ଯୁବ ଚେହେରା ତଥା ବେଙ୍ଗାଲୁର ସାଉଥର ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କୁ ବିଜେପିର ନୂତନ ଯୁବମୋର୍ଚ୍ଚା ସଭାପତି ଭାବରେ ନିଯୁକ୍ତ କରାଯାଇଛି । ବିଜେପିର ସେ ଦଳର ସବୁଠୁ କମ ବର୍ଷର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସେ ଆଇନଜୀବୀ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରଥିଲେ । ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ସଭାପତି ଭାବେରେ ପୁନମ ମହାଜନ କାର୍ଯ୍ୟ କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ