ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ‘କାମ କରିବନି ବିଜେପିର ‘ଡିଭାଇଡ୍‌ ଆଣ୍ଡ ରୁଲ୍‌’ ପଲିସି - ମଧ୍ୟପ୍ରଦେଶର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ମଧ୍ୟପ୍ରଦେଶରେ କାମ କରିବନି ବିଜେପିର ‘ଡିଭାଇଡ୍‌ ଆଣ୍ଡ ରୁଲ୍‌’ ପଲିସି । ସମସ୍ତ କଂଗ୍ରେସ ବିଧାୟକ ଏକାଠି ଅଛନ୍ତି ବୋଲି କହିଲା କଂଗ୍ରେସ । ଅଧିକ ପଢନ୍ତୁ...

madhya pradesh congress
ମଧ୍ୟପ୍ରଦେଶ ମହାଡ୍ରାମା: ‘କାମ କରିବନି ବିଜେପିର ‘ଡିଭାଇଡ୍‌ ଆଣ୍ଡ ରୁଲ୍‌’ ପଲିସି’
author img

By

Published : Mar 11, 2020, 10:04 AM IST

ଭୋପାଳ: ମଧ୍ୟପ୍ରଦେଶର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ କଂଗ୍ରେସର 22 ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗିରହିଛି । 22 ଜଣଙ୍କ ଇସ୍ତଫା ପରେ କମଲନାଥ ସରକାର ସଂଖ୍ୟାଲଘୁ ହୋଇପଡିଥିବା କୁହାଯାଉଛି । ସେପଟେ ଏନେଇ ବିଜେପିକୁ ଦାୟୀ କରିଛି କଂଗ୍ରେସ । ବିଜେପିର ଏ ‘ଡିଭାଇଡ୍‌ ଆଣ୍ଡ ରୁଲ୍‌’ ପଲିସି ମଧ୍ୟପ୍ରଦେଶରେ କାମ କରିବ ନାହିଁ, ଆମେ ସବୁ ଏକାଠି ଅଛୁ ବୋଲି କହିଛି କଂଗ୍ରେସ ।

କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଏକ ଅଛି । କମଲନାଥଙ୍କ ନେତୃତ୍ବରେ ଚାଲିଥିବା ସରକାର ମଧ୍ୟ ସୁରକ୍ଷିତ ରହିଛି ବୋଲି ଦଳ କହିବା ସହ ଏଠାରେ ବିଜେପିର ବିଭାଜନ ଓ ଶାସନ ନୀତି କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ସେହିପରି ଆମର ସମସ୍ତ ବିଧାୟକ ରାଜ୍ୟପାଇଁ ସମର୍ପିତ ବୋଲି ମଧ୍ୟ ମଧ୍ୟପ୍ରଦେଶ କଂଗ୍ରେସ ଟ୍ବିଟ୍‌ କରି କହିଛି ।

ସୂଚନାଥାଉକି, ମଙ୍ଗଳବାର କଂଗ୍ରେସର ଦୁଇ ନେତା ବେଙ୍ଗାଲୁରୁ ଯାଇଛନ୍ତି । ସେଠାରେ ଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇ ପୁଣି ଦଳକୁ ଫେରାଇ ଆଣିବାକୁ ପ୍ରୟାସ କରୁଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.