ETV Bharat / bharat

‘ବିଜେପିର ମାଗଣା ଟିକା ବଣ୍ଟନ ପ୍ରତିଶୃତି ଆଚରଣ ବିଧିର ଉଲ୍ଲଙ୍ଘନ ନୁହେଁ’ - ବିଜେପିର ମାଗଣା ଟିକା ବଣ୍ଟନ

ବିହାର ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ମାଗଣା କୋଭିଡ-19 ପ୍ରତିଶ୍ରୁତି ଆଚରଣ ବିଧି ଉଲ୍ଲଘଂନ ନୁହେଁ ବୋଲି ଭାରତର ନିର୍ବାଚନ ଆୟୋଗ କହିଛନ୍ତି । ଅକ୍ଟୋବର 28ରେ ଆରଟିଆଇ କାର୍ଯ୍ୟକର୍ତ୍ତା ସାକେତତ ଗୋଖଲେଙ୍କ ଏକ ପ୍ରଶ୍ନର ଉତ୍ତର ଦିଆଯାଇଛି ।

ବିଜେପି
ବିଜେପି
author img

By

Published : Oct 31, 2020, 1:00 PM IST

ପାଟନା: ବିହାର ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ମାଗଣା କୋଭିଡ-19 ପ୍ରତିଶ୍ରୁତି ଆଚରଣ ବିଧି ଉଲ୍ଲଘଂନ ନୁହେଁ ବୋଲି ଭାରତର ନିର୍ବାଚନ ଆୟୋଗ କହିଛନ୍ତି । ଅକ୍ଟୋବର 28ରେ ଆରଟିଆଇ କାର୍ଯ୍ୟକର୍ତ୍ତା ସାକେତ ଗୋଖଲେଙ୍କ ଏକ ପ୍ରଶ୍ନର ଉତ୍ତର ଦିଆଯାଇଛି । ନିର୍ବାଚନ କମିଶନ, MCC ର ତିନୋଟି ବ୍ୟବସ୍ଥାକୁ ଉଲ୍ଲେଖ କରିଛନ୍ତି । ପ୍ରଥମ ରାଜ୍ୟ ନିର୍ବାଚନ ଘୋଷଣାପତ୍ରରେ କୌଣସି ଘୃଣ୍ୟ ବିଷୟବସ୍ତୁ ରହିବ ନାହିଁ, ଦ୍ବିତୀୟରେ ନିର୍ବାଚନ ପ୍ରକ୍ରିୟାକୁ ସୁଦ୍ଧତା ଦର୍ଶାଉ ନଥିବା ପ୍ରତିଶୃତିଠୁ ଦୁରେଇ ରହିବା ଜରୁରୀ, ତୃତୀୟରେ ଯାହା ପୂରଣ ହୋଇପାରିବ ସେ ପ୍ରତିଶୃତି କରାଯିବା ଉଚିତ୍ ।

ଉତ୍ତରରେ କୁହାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ପାଇଁ ସର୍ବଦା ନିର୍ଦ୍ଦିଷ୍ଟ ଦଳ ଦ୍ବାରା ମାନିଫେଷ୍ଟୋ ଜାରି କରାଯାଇଥାଏ । ପ୍ରକାଶଥାଉକି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ମତଦାନ ପାଇଁ ଦଳର ମାନିଫେଷ୍ଟୋ ପ୍ରକାଶ କରିବାବେଳେ ଘୋଷଣା କରିଛନ୍ତି ଯେ କୋଭିଡ-19 ଟିକା ରାଜ୍ୟର ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯିବ।

ଗୋଖଲେଙ୍କୁ ଆୟୋଗ ଉତ୍ତର ଦେଇଛି ଯେ, ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ତତକ୍ଷଣାତ୍ ମାମଲାରେ ଆଚରଣ ସଂହିତା ର କୌଣସି ନିୟମ ଉଲ୍ଲଂଘନ କରାଯାଇ ନାହିଁ । ଅନ୍ୟପକ୍ଷେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ବିକ୍ରମ ସାମଥ କହିଛନ୍ତି, ‘ରାଜନୈତିକ ଦଳ ଗୁଡିକର ଏପରି ପ୍ରତିଶ୍ରୁତି ଦେବାର ଅଧିକାର ଅଛି। ଏହା ଅଯୋଥା କି ନୁହେଁ ତାହା ଭୋଟର ନିଷ୍ପତ୍ତି ନେବେ। ମତଦାନ ପ୍ରତିଶ୍ରୁତି ଦେଉଥିବା ଦଳଗୁଡିକ ଏଥିରୁ ବ୍ୟତିକ୍ରମ କରିପାରିବେ ନାହିଁ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.