ETV Bharat / bharat

EXIT POLL: ବିଜେପି ଖୁସ, କଂଗ୍ରେସ ଚୁପ୍

ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ନ୍ୟୁଜ ସଂସ୍ଥା କରିଥିବା ଏକଜିଟ ପୋଲର ଆକଳନ ଏବେ କାହାକୁ ଉତ୍ସାହ ଯୋଗାଇଛି ତ ଆଉ କାହାକୁ ଦେଇଛି ଟେନସନ ।

author img

By

Published : May 21, 2019, 11:08 AM IST

Updated : May 21, 2019, 12:43 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପ୍ରଥମେ ହୋମୱାର୍କ, ପରେ ପରୀକ୍ଷା ଏବେ ରେଜଲ୍ଟକୁ ଅପେକ୍ଷା । ଚଳିତ ବର୍ଷ ନିର୍ବାଚନରେ ଦେଖିବାକୁ ମିଳିଥିଲା ଏମିତି କିଛି ମାହୋଲ । ହେଭିୱେଟ ପ୍ରଚାର ସହ ଦେଖିବାକୁ ମିଳିଥିଲା ହାଇକ୍ଲାସ ମିଟିଂ । ଆରୋପ ପ୍ରତ୍ୟାରୋପରେ ସରିଲା ନିର୍ବାଚନ । କିଛି ସ୍ଥାନରେ ହିଂସା ମଧ୍ୟରେ ମତଦାନ ଶେଷ ହେଲା । ତେବେ କୁହାଯାଉଛି ନିର୍ବାଚନ ଇତିହାସରେ ଆଗରୁ କେବେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିନଥିଲା । ପାଗ ଭିଡା ସହ ଚଳିତ ପରୀକ୍ଷାର ରେଜଲ୍ଟକୁ ଏବେ ଅପେକ୍ଷା । ମାତ୍ର ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ନ୍ୟୁଜ ସଂସ୍ଥା କରିଥିବା ଏକଜିଟ ପୋଲର ଆକଳନ ଏବେ କାହାକୁ ଉତ୍ସାହ ଯୋଗାଇଛି ତ ଆଉ କାହାକୁ ଦେଇଛି ଟେନସନ ।

ବିଭିନ୍ନ ନ୍ୟୁଜ ସଂସ୍ଥା ନିଜ ନିଜ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିଥିବା ଆକଳନ କରିବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଯଦି ପୁଣିଥରେ ମୋଦି ସରକାର ଆସନ୍ତି ତେବେ ଆରୋପ ପ୍ରତ୍ୟାରୋପର ନିଶାଣ ଧରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଏକଦମ ଚୁପ ହୋଇଯିବେ । ହେଲେ ଏହାରି ମଧ୍ୟରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଉପରେ ।

କାରଣ ଏକଜିଟ ପୋଲକୁ ନେଇ ବିଜେପି ଶିବିର କୁରୁଳୁଥିବା ବେଳେ କଂଗ୍ରେସ ପୁରା ଚୁପ୍ । କେଉଁଠି ନା କେଉଁଠି କଂଗ୍ରେସ ନେତା ଏକଥାକୁ ସ୍ୱିକାର କରୁଛନ୍ତି ଯେ, ଦଳ ପରାଜୟ ଲାଭ କରିବ ମାତ୍ର ବିଗତ 5 ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ତିନୋଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଯେଉଁଭଳି ଟ୍ରାକକୁ ଫେରିଥିଲା ତାକୁ ନେଇ ମଧ୍ୟ ଦଳ ପ୍ରଦର୍ଶନ ଭଲ କରିବ ବୋଲି ଆଶା ରଖିଛି ।

ତେବେ ଏକଜିଟ ପୋଲ ଏକଜ୍ୟାକ୍ଟ ହେବ କି ନାହିଁ ତାହା 23 ତାରିଖରେ ଜଣାପଡିବ । ହେଲେ ରେଜଲ୍ଟ ଆସିବା ପରେ କେଉଁ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ପୁରା ଦେଶ ବାସୀଙ୍କ ନଜର ରହିବ ।

Intro:Body:

ବିଭିନ୍ନ ନ୍ୟୁଜ ସଂସ୍ଥା ନିଜ ନିଜ ଏକଜିଟ ପୋଲରେ ଏନଡିଏକୁ ବହମତ ମିଳିଥିବା ଆକଳନ କରିବା ପରେ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଯଦି ପୁଣିଥରେ ମୋଦି ସରକାର ଆସନ୍ତି ତେବେ ଆରୋପ ପ୍ରତ୍ୟାରୋପର ନିଶାଣ ଧରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀ ଏକଦମ ଚୁପ ହୋଇଯିବେ । ହେଲେ ଏହାରି ମଧ୍ୟରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଉପରେ ।

କାରଣ ଏକଜିଟ ପୋଲକୁ ନେଇ ବିଜେପି ଶିବିର କୁରୁଳୁଥିବା ବେଳେ କଂଗ୍ରେସ ପୁରା ଚୁପ୍ । କେଉଁଠି ନା କେଉଁଠି କଂଗ୍ରେସ ନେତା ଏକଥାକୁ ସ୍ୱିକାର କରୁଛନ୍ତି ଯେ, ଦଳ ପରାଜୟ ଲାଭ କରିବ ମାତ୍ର ବିଗତ 5 ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ତିନୋଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଯେଉଁଭଳି ଟ୍ରାକକୁ ଫେରିଥିଲା ତାକୁ ନେଇ ମଧ୍ୟ ଦଳ ପ୍ରଦର୍ଶନ ଭଲ କରିବ ବୋଲି ଆଶା ରଖିଛି ।

ତେବେ ଏକଜିଟ ପୋଲ ଏକଜ୍ୟାକ୍ଟ ହେବ କି ନାହିଁ ତାହା 23 ତାରିଖରେ ଜଣାପଡିବ । ହେଲେ ରେଜଲ୍ଟ ଆସିବା ପରେ କେଉଁ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ପୁରା ଦେଶ ବାସୀଙ୍କ ନଜର ରହିବ ।

Conclusion:
Last Updated : May 21, 2019, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.