ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପି କାଉନସିଲର ଓ କର୍ମକର୍ତ୍ତାମାନେ ଶନିବାର ସେଠ ଆନନ୍ଦୀଲାଲ ପୋଧାର ମୁକ ବଧିର ବିଦ୍ୟାଳୟରେ ପହଞ୍ଚିଥିଲେ । ମୁକ-ବଧିର ସପ୍ତାହ ଅବସରରେ ସେମାନେ ଛାତ୍ରୀ ଆବାସରେ ପହଞ୍ଚି ମାସିକ ଧର୍ମ ବିଷୟରେ ବୁଝାଇବା ସହ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ବାଣ୍ଟିଥିଲେ ।
ଏହି ଦିନ ମାନଙ୍କରେ କିପରି ସାବଧାନତାର ସହ ରହିବେ ଆଉ ଏହାର ବିଷୟରେ କାଉନସିଲର ଶ୍ବେତା ବର୍ମା ଓ ତାଙ୍କ ଟିମ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ପେରିପ୍ରେକ୍ଷୀରେ ଛାତ୍ରୀମାନେ ସେମାନଙ୍କର କଥାକୁ ବୁଝିବା ସହ ତାର ଉପଯୋଗ ଠିକ କରିବା ନେଇ ସହମତି ପ୍ରକାଶ କରିଥିଲେ ।