ETV Bharat / bharat

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ବିଜେପି ନେତାଙ୍କ ସମେତ 3 ମୃତ - BJP worker shot dead

ଦକ୍ଷିଣ କାଶ୍ମୀର କାଜିଗୁନ୍ଦ ଅଞ୍ଚଳର ୱାଇକେ ପୁରାରେ ଜଣେ ବିଜେପି ନେତାଙ୍କ ସମେତ 3 କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ...

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: BJYM ନେତାଙ୍କ ସମେତ 3 କର୍ମୀ ମୃତ

author img

By

Published : Oct 29, 2020, 9:59 PM IST

Updated : Oct 29, 2020, 10:45 PM IST

ଶ୍ରୀନଗର: କାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଦକ୍ଷିଣ କାଶ୍ମୀର କାଜିଗୁନ୍ଦ ଅଞ୍ଚଳର ୱାଇକେ ପୁରାରେ ଜଣେ ବିଜେପି ନେତାଙ୍କ ସମେତ 3 ଜଣ କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

ମୃତ ବିଜେପି ନେତା ଫିଦା ହୁସେନ ଇତ୍ତୁ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ସୂଚନା ଅନୁଯାୟୀ ଆତଙ୍କବାଦୀ ୱାଇକେ ପୁରାରେ 3 ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ବିଜେପି ନେତା ଫିଦା ହୁଲେନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ତେବେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେମାନଙ୍କର ବି ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

କାଶ୍ମୀର ବିଜେପି ମିଡିଆ ଇନଚାର୍ଜ ମଞ୍ଜୁର ଭଟ୍ଟଙ୍କ ସୂଚନା ଅନୁଯାୟୀ ଦଳର 3 ଜଣ କର୍ମୀଙ୍କୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏମାନଙ୍କ ମଧ୍ୟରୁ ଫିଦା ହୁସେନଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ମୃତ ବିଜେପି କର୍ମୀଙ୍କ 2 ଜଣଙ୍କ ନାଁ ଉମର ହାଜମ, ୱାସିମ ଅହମଦ ବୋଲି ଜଣାପଡିଛି ।

ଘଟଣାସ୍ଥଳକୁ ଏବେ ସୁରକ୍ଷାକର୍ମୀ ଘେରାଉ କରି ନେଇଛନ୍ତି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାକୁ କଡା ନିନ୍ଦା କରିଛି ବିଜେପି ।

Last Updated : Oct 29, 2020, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.