ETV Bharat / bharat

ଗୁଜୁରାଟ ରାଜ୍ୟସଭା ଉପ ନିର୍ବାଚନରେ ବିଜେପିର ପୁଣି ବିଜୟ - Gujarat Election Commission

ଗୁଜୁରାଟ ରାଜ୍ୟସଭା ଉପ ନିର୍ବାଚନରେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି । ବିଜେପି ପ୍ରାର୍ଥୀ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜୁଗଳ ଠାକୁର ବିଜୟ ହାସଲ କରିଛନ୍ତି । ଏସ ଜୟଶଙ୍କରଙ୍କୁ 104 ଭୋଟ ମିଳିଛି ।

ଫାଇଲ ଫଟୋ
author img

By

Published : Jul 6, 2019, 6:22 AM IST

ଗାନ୍ଧୀନଗର: ଗୁଜୁରାଟ ରାଜ୍ୟସଭା ଉପ ନିର୍ବାଚନରେ ବିଜେପି ଦୁଇଟି ଆସନ ବିଜୟ ଲାଭ କରିଛି । ଏଠାରେ ବିଜେପି ପ୍ରାର୍ଥୀ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜୁଗଳ ଠାକୁର ବିଜୟ ହାସଲ କରିଛନ୍ତି । ଏସ ଜୟଶଙ୍କରଙ୍କୁ 104 ଭୋଟ ମିଳିଥିବା ବେଳେ ଗୁଜୁରାଟ ବିଜେପି ସଦସ୍ୟଙ୍କର 100ଟି ଭୋଟ ଥିଲା । ସେପଟେ ବିଟିପିର 2ଟି ଭୋଟ ଏବଂ ଏସସିପିର ଗୋଟିଏ ଭୋଟ ଥିଲା । ଏଥିରେ ଅଳ୍ପେଶ ଠାକୁର ଏବଂ ଧବଳ ଜାଲାଙ୍କ 2ଟି ଭୋଟ ସାମିଲ ଥିଲା । ସେଥିରୁ ଗୋଟେ ଭୋଟ ରଦ୍ଦ ହୋଇଗଲା ।

ସେପଟେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି, 'ଏହା ନିଶ୍ଚିତ ଅଛି ଯେ ବିଜେପି ପ୍ରାର୍ଥୀ ବୈଦେଶୀକ ମନ୍ତ୍ରୀ ଜୟଶଙ୍କର ଏବଂ ଜୁଗଳ ଠାକୁର ବିଜୟ ହାସଲ କରିଛନ୍ତି । ଯଦିଓ ଅଧିକାରୀକ ଏହୋ ଘୋଷଣା ହୋଇନି ତଥାପି ଆମେ ହିଁ ଜିତିବୁ ।' ଅପରପକ୍ଷରେ ବୈଦେଶୀକ ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି, 'ମୁଁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏପରି କୌଣସି ଦେଶ ନାହିଁ ଯେଉଁଠି ଗୁଜୁରାଟୀ ନାହାଁନ୍ତି । ସମସ୍ତ କ୍ଷେତ୍ରରେ ଗୁଜୁରାଟର ଭୂମିକା କିଛି ନିଆରା ।'

ସେହିପରି ଜୁଗଳ ଠାକୁର ରାଜ୍ୟସଭାର ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ସମସ୍ତ ବିଧାୟକ ମୋତେ ଭୋଟ ଦେଇ ଜିତାଇବାରୁ ଧନ୍ୟବାଦ ଜଣାଉଛି । ସୂଚନା ଥାଉକି ଗୃହମନ୍ତ୍ରୀ ଅମିତ ଶାହ ଏବଂ ମହିଳା ଓ ବାଳବିକାଶ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ଗୁଜୁରାଟ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଏହା ପରେ ୨ଟି ଆସନ ଖାଲି ପଡିଥିଲା । ଏହି ୨ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ହୋଇଥିଲା । ଯେଉଁଥିଲେ ଜୁଲାଇ 5 ରେ ନିର୍ବାଚନ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.