ନୂଆଦିଲ୍ଲୀ: ବିରୋଧୀ ଦଳର କଡା ଆପତ୍ତିରେ ତିନି ତଲାକ ବିଲ୍କୁ ସଂସଦରୁ ଐତିହାସିକ ମଞ୍ଜୁରୀ ମିଳିଛି । ତେବେ ଏହି ବିଲ୍ ପାରିତ ହେବାପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଖାସ କରି ବିଜେପି ଶିବିରରେ । ନିଜ ଖୁସି ଜାହିର କରିବାକୁ ବିଜେପିର ଟ୍ବିଟର ହ୍ୟାଣ୍ଡେଲରେ ଏକ ଟ୍ବିଟ କରାଯାଇଛି । ଏହି ଟ୍ବିଟରେ ଏକ କାର୍ଟୁନ ସେୟାର କରି 'ନୋ ମୋରୋ ତଲାକ-ତଲାକ-ତଲାକ' ଲେଖାଯାଇଛି ।
ଏହି କାର୍ଟୁନରେ ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ସ୍ବାମୀ ତିନି ତଲାକ ଦେଉଥିବା ନଜର ଆସିଛନ୍ତି । ଏହାପରେ ମହିଳା ଜଣକ ଆଇନର ଉପାଦେୟ କୁହାଯାଉଥିବା ହାତୁଡିରେ ନିଜ ସ୍ବାମୀକୁ ପିଟୁଛନ୍ତି ।ତେବେ ଏହି ସମୟରେ ମହିଳାଙ୍କ କାର୍ଟୁନରେ ମୋଦି-ମୋଦି-ମୋଦି ବୋଲି ଲେଖାଯାଇଛି ।