ETV Bharat / bharat

ବିହାର ବିଜେପି ରାଜ୍ୟ ସଭାପତି କୋରୋନା ଆକ୍ରାନ୍ତ

author img

By

Published : Jul 15, 2020, 11:51 AM IST

Updated : Jul 15, 2020, 12:10 PM IST

ବିହାରର ବିଜେପି ରାଜ୍ୟ ସଭାପତି ଡ. ସଞ୍ଜୟ ଜୈଶୱାଲ କୋରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏଥିସହ ତାଙ୍କ ପତ୍ନୀ ମଞ୍ଜୁ ଚୌଧୁରୀ ଏବଂ ମା’ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

corona
ବିହାରର ବିଜେପି ଅଧ୍ୟକ୍ଷ କୋରୋନା ଆକ୍ରାନ୍ତ

ପାଟନା: ବିହାରରେ କୋରୋନା ମାମଲା ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ ବିହାରର ବିଜେପି ରାଜ୍ୟ ସଭାପତି ଡ. ସଞ୍ଜୟ ଜୈଶୱାଲ କୋରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏଥିସହ ତାଙ୍କ ପତ୍ନୀ ମଞ୍ଜୁ ଚୌଧୁରୀ ଏବଂ ମା ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ବିଜେପି ରାଜ୍ୟ ସଭାପତି ଡ. ସଞ୍ଜୟ ଜୈଶୱାଲ ନିଜ ଆବାସ ବେତିୟାରେ ହୋମ କ୍ବାରେଣ୍ଟିନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ନେତା ଏବଂ ମନ୍ତ୍ରୀଙ୍କୁ ମଧ୍ୟ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି ।

ବିହାରର ବିଜେପି ରାଜ୍ୟ ସଭାପତି କୋରୋନା ଆକ୍ରାନ୍ତ

ଗତ କିଛି ଦିନ ହେବ ବିହାରର ବହୁ ବିଜେପି ନେତା କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ଆସିଛି । ଗତ ସୋମବାର 80 ଜଣ ନେତାଙ୍କର ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ନିଆଯାଇଥିଲା । ଯେଉଁଥିରେ 30 ଜଣ ନେତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ଏହି ଖବର ଜଣା ପଡିବା ପରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2020, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.