ETV Bharat / bharat

ନେହେରୁଙ୍କୁ ନେଇ ମିଛ କହି ଟ୍ରୋଲ ହେଲେ ସମ୍ବିତ ପାତ୍ର - sambit patra statement troll

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ପ୍ରେସ କନଫରେନ୍ସରେ ମିଛ କହି ଟ୍ରୋଲ ହୋଇଛନ୍ତି । ଅଧିକ ପଢନ୍ତୁ...

bjp spokesperson sambit patra
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 24, 2020, 4:03 AM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ପ୍ରେସ କନଫରେନ୍ସରେ ମିଛ କହି ଟ୍ରୋଲ ହୋଇଛନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା କରିବା ସମୟରେ ସମ୍ବିତ ପାତ୍ର କହିଥିଲେ,‘ 1971ରେ ଜବାହରଲାଲ ନେହେରୁ ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କୁ ସୋମନାଥ ମନ୍ଦିର ଯିବାକୁ ମନା କରିଥିଲେ ’ । ମାତ୍ର ଜବାହରଲାଲ ନେହେରୁଙ୍କ ମୃତ୍ୟୁ 1964ରୁ ହୋଇସାରିଛି ।

bjp spokesperson sambit patra
ଫଟୋ ସୌଜନ୍ୟ: ଟ୍ବିଟର

ପାତ୍ରଙ୍କ ଏହି ବୟାନ ପରେ କଂଗ୍ରେସ ଟାର୍ଗେଟ କରିଛି । କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ରୋହନ ଗୁପ୍ତା ଟ୍ବିଟ କରି ଏହି ବୟାନରେ ସମ୍ପର୍କିତ ଏକ ଭିଡିଓ ସେୟାର କରିଥିଲେ । ସେ ଲେଖିଥିଲେ,‘ ପ୍ରତିଦିନ ସରକାର ମଞ୍ଚରେ ମିଛ ପ୍ରଚାର କରୁଥିବା ଦଳକୁ ଦେଶ କେମିତି ବିଶ୍ବାସ କରିବ’ । ଏହାକୁ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ସେୟାର କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ବୟାନକୁ ଆଧାର କରି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଅଶୋକ ଚୌହାନ କହିଥିଲେ , କଂଗ୍ରେସ କେବଳ ମୁସଲମାନଙ୍କୁ ପଚାରିକି ସରକାର ଗଠନ କରୁଛି । ପାତ୍ର ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ କ୍ଷମା ମାଗିବା ଆବଶ୍ୟକ । ଏହାସହ ବିଜେପି ବର୍ତ୍ତମାନ କଂଗ୍ରେସକୁ ‘ମୁସଲିମ ଲିଗ୍ କଂଗ୍ରେସ’ ଡାକିବ ବୋଲି କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.