ନୂଆଦିଲ୍ଲୀ: ନିଜ ଦଳକୁ ନିଜେ ଟାର୍ଗେଟ କରିଛନ୍ତି ବିଜେପି ନେତା । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଅଶ୍ବିନୀ ଉପାଧ୍ୟାୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ କିଛିଟା ପ୍ରଶ୍ନ ଏକ ଚିଠି ମାଧ୍ୟମରେ ପଚାରିଛନ୍ତି । ସେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ଅଶ୍ବିନୀ ଚାରି ଫର୍ଦ୍ଦର ଏକ ଚିଠି ଲେଖିବା ସହ ଟ୍ବିଟରରେ ବି ପ୍ରକାଶ କରିଛନ୍ତି ।
ବିଜେପି ନେତା ଅଶ୍ବିନୀ ଟ୍ବିଟ କରିଛନ୍ତି, '2000 ଫେବୃଆରୀ 20 ରେ ଅଟଳ ବିହାରୀ ବାଜପେୟୀ ସମ୍ବିଧାନ ସମୀକ୍ଷା ଆୟୋଗ ଗଠନ କରିଥିଲେ । ଆୟୋଗ 2002 ମାର୍ଚ୍ଚ 31 ରେ ନିଜର ରିପୋର୍ଟ ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଦେଇଥିଲେ । ଆୟୋଗର ବୁଝାମୁଣାରେ ସୂଚନା, ଶିକ୍ଷା, ଖାଦ୍ୟ ଅଧିକାର ଏବଂ ମନରେଗା ଆଇନ ନିର୍ମାଣ ହେଲା କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କୌଣସି ଆଇନ ଗଠନ ହୋଇପାରିଲା ନାହିଁ । ଅଟଳ ଜୀଙ୍କ ସ୍ବପ୍ନ କେବେ ପୁରା ହେବ ?'
ଅଶ୍ବିନୀ ଉପାଧ୍ୟାୟ ପୁଣି କହିଛନ୍ତି ଲଗାତାର ଜନସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରାୟ 1.25 ଆରବ ବୋଲାଉଥିବା ଭାରତ 2047 ମସିହା ବେଳକୁ ପାକିସ୍ତାନ ହୋଇଯିବାର ସମ୍ଭାବନା ରହିଛି । ଅଶ୍ବିନୀ ମୋଦିଙ୍କୁ ଚିଠି ଜରିଆରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଗଠନ କରାଯାଉ ବୋଲି ଦାବି କରିଛନ୍ତି । ସୁପ୍ରିମକୋର୍ଟ ଓକିଲ ଉପାଧ୍ୟାୟ ଟ୍ବିଟରରେ କହିଛନ୍ତି, ଯଦି ସମାନ ଶିକ୍ଷା, ସମାନ ନାଗରିକ ସଂହିତା ସମେତ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ତତ୍କାଳରେ ଗଠନ ନକରାଯାଏ ତେବେ ଭାରତ 2047 ପୂର୍ବରୁ ପାକିସ୍ତାନ ପାଲଟିଯିବ ।