ETV Bharat / bharat

'ପ୍ରଶାନ୍ତ ଯେଉଁ କଲେଜର ଛାତ୍ର, ଶାହା ସେଠାକାର ପ୍ରିନସିପାଲ !'

ବିଜେପି ମହାସଚିବ କୈଳାସ ବିଜୟ ବର୍ଗୀୟ ପ୍ରଶାନ୍ତଙ୍କୁ କଟାକ୍ଷ କରି କହିଛନ୍ତି ଯେ ପ୍ରଶାନ୍ତ ଯେଉଁ କଲେଜର ଛାତ୍ର ଶାହା ସେଠାକାର ପ୍ରିନସିପାଲ । କିଶୋର ଶାହାଙ୍କଠୁ ବଡ ରଣନିତୀକାର ନୁହନ୍ତି, ଏ କଥାକୁ ଭୁଲିବା ଉଚିତ ନୁହେଁ ବୋଲି କୈଳାସ କହିଛନ୍ତି ।

author img

By

Published : Jun 9, 2019, 9:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: 2014 ଲୋକସଭା ନିର୍ବାଚନରେ ବିଜେପିର ଅଭିଯାନକୁ ମୋଦି ଲହରରେ ପରିବର୍ତ୍ତନ କରିଥିବା ପରଦା ପଛର ଚାଣକ୍ୟ ତଥା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମମତାଙ୍କୁ ଭେଟିବା ପରେ ପ୍ରଶାନ୍ତ 2021ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ରଣନିତୀକାର ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏପରି ସ୍ଥିତିରେ ବିଜେପି ମହାସଚିବ କୈଳାସ ବିଜୟ ବର୍ଗୀୟ ପ୍ରଶାନ୍ତଙ୍କୁ କଟାକ୍ଷ କରି କହିଛନ୍ତି ଯେ ପ୍ରଶାନ୍ତ ଯେଉଁ କଲେଜର ଛାତ୍ର ଶାହା ସେଠାକାର ପ୍ରିନସିପାଲ ।

ପଶ୍ଚିମବଙ୍ଗର ଜନତାଙ୍କର ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବିଶ୍ବାସ ନଥିବା ବେଳେ ଏହାକୁ କୌଣସି ନିର୍ବାଚନୀ ରଣନୀତିକାର ବଦଳାଇ ପାରିବେ ନାହିଁ ବୋଲି ବିଜୟ ବର୍ଗୀୟ କହିଛନ୍ତି ।

ଏଥିସହିତ କିଶୋର ଶାହାଙ୍କଠୁ ବଡ ରଣନିତୀକାର ନୁହନ୍ତି, ଏ କଥାକୁ ଭୁଲିବା ଉଚିତ ନୁହେଁ ବୋଲି କୈଳାସ କହିଛନ୍ତି । ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ରଣନିତୀକାର ହେବା ନେଇ ବିଜେପି ଚିନ୍ତିତ ନଥିବା ବେଳେ ମମତା ଚାହିଁଲେ ପ୍ରଶାନ୍ତଙ୍କ ଭଳି ଆହୁରି ରଣନିତୀକାର ରଖି ପାରିବେ ବୋଲି ବିଜୟ ବର୍ଗୀୟ ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପକ୍ଷରେ ମମତା ଓ କିଶୋର ଉଭୟ କୈଳାସ ବିଜୟ ବର୍ଗୀୟଙ୍କ ଏହି କଥା ଉପରେ ନିରବ ଥିବା ବେଳେ ଜୁଲାଇରୁ ପ୍ରଶାନ୍ତ ପଶ୍ଚିମବଙ୍ଗରେ ରଣନିତୀ କାମ ଆରମ୍ଭ କରିବା ନେଇ ଜଣା ପଡିଛି ।

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର 42 ଲୋକସଭା ଆସନରୁ 18ଟି ଆସନରେ ବିଜୟଲାଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବିଜେପି ନିଜ ପ୍ରଦର୍ଶନରେ ଉତ୍ସାହିତ ଅଛି । ଏପରି ସ୍ଥିତିରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ରଥକୁ ରୋକିବା ପାଇଁ କିଶୋର କି ରଣନିତୀ ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାକୁ ବାକିଥିବା ବେଳେ ପରଦାପଛର ଚାଣକ୍ୟ ପ୍ରଶାନ୍ତ କିଶୋର ବିଜେପିର ଚାଣକ୍ୟ ଶାହାଙ୍କ ଉପରେ କେତେଦୂର ଭାରି ପଡିବେ ତାହା ଉପରେ ଦେଶବାସୀଙ୍କ ନଜର ରହିଛି ।

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.