ETV Bharat / bharat

କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ; ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା - BJP releases a list of 40 party leader

କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ ପାଇଁ ଆରମ୍ଭ ହେଲା ଜୋରଦାର ରଣନୀତି । ବିଜେପି ବିଜୟ ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନୁହେଁ । ଅଧିକ ପଢନ୍ତୁ...

ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା
author img

By

Published : Nov 17, 2019, 4:20 PM IST

ବେଙ୍ଗାଲୁରୁ: ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ଆସନ୍ତା ମାସ 5 ତାରିଖରେ 17 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବ । ନିର୍ବାଚନ ପରେ ପ୍ରଥମେ ବିଜେପି ପରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର କରିବା ପୁଣି ନାଟକୀୟ ଢଙ୍ଗରେ ବିଜେପି କ୍ଷମତାକୁ ଫେରିବା ଏବେ ଏହି ଉପ-ନିର୍ବାଚନର ଗୁରୁତ୍ବ ବଢିଯାଇଛି । କାରଣ ଜେଡିଏସ-କଂଗ୍ରେସ ମେଣ୍ଟ ପାଖରେ 99 ସିଟ ଥିବା ବେଳେ ବିଜେପି ପାଖରେ ଅଛି 105 ସିଟ । 17 ସିଟରେ ଏବେ ଉପ-ନିର୍ବାଚନ ହେବାକୁ ଯାଉଛି । ବିଜେପି ସରକାର ବଞ୍ଚାଇବା ପାଇଁ ଅତିକମରେ 7ଟି ସିଟରେ ବିଜୟୀ ହେବାକୁ ପଡିବ ନଚେତ ସରକାର ପ୍ରତି ବିପଦ ବଢିବ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ସେହି ଦୃଷ୍ଟିରୁ ବିଜେପି ଉପ-ନିର୍ବାଚନକୁ ଗମ୍ଭୀରତାର ସହ ନେଇଛି । ରାଜ୍ୟ ନେତାଙ୍କ ବ୍ୟତିତ ଜାତୀୟ ସ୍ତରର ନେତା ଏବେ ଏହି ଉପ-ନିର୍ବାଚନର ଦାୟିତ୍ବରେ ଅଛନ୍ତି । ଏହାସହ ଦଳ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଜାରି କରିଛି । ଯେଉଁଥିରେ 3 ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଅଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.