ETV Bharat / bharat

ଭିନ୍ନ ଅନ୍ଦାଜରେ ଦିଦିଙ୍କୁ ସମାଲୋଚନା

ଦିଦିଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ନ ଦେବା ପଡିଲା ମହଙ୍ଗା । ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ପୋଷ୍ଟର ଲଗାଇ ତାଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 1, 2019, 3:11 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ 6500 ଅତିଥିଙ୍କୁ ନିମନ୍ତ୍ରଣ ହୋଇଥିଲା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା, କ୍ରୀଡାବିତ ଓ ବିରୋଧୀ ଦଳର ନେତା ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା ।

ପ୍ରଥମେ ଉତ୍ସବକୁ ଆସିବାକୁ କହିଥିଲେ ବି ଶେଷ ମୁହୂର୍ତ୍ତରେ ଆସିବାକୁ ମନା କରିଥିଲେ ଦିଦି । ଯାହାକୁ ନେଇ ଏବେ ଦିଦିଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ପୋଷ୍ଟର ଲଗାଇ ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ପୋଷ୍ଟରରେ ଦର୍ଶାଯାଇଛି କିଛି ଘଟଣା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଷ୍ଟରରେ ଦର୍ଶାଯାଇଛି ଯେ ପଶ୍ଚିମବଙ୍ଗରେ ଆଜି ପର୍ଯ୍ୟନ୍ତ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡକୁ ଯେବେ ବିରୋଧ କରାଯାଏ, ସେଥିରେ ମମତା ବାନାର୍ଜୀ ସାମିଲ ହୁଅନ୍ତି ନାହିଁ । ଆଉ ମଜେଦାର କଥା ହେଉଛି ଏହି ପୋଷ୍ଟର ତଳେ ବିଜେପି ପ୍ରବକ୍ତା ତେଜିନ୍ଦର ପାଲଙ୍କ ନାମ ଲେଖା ହୋଇଛି ।

ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ପୋଷ୍ଟରକୁ ଦେଖି ଲୋକ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଏବେ ସୁଦ୍ଧା ଟିଏମସି କିମ୍ବା ମମତା ବାନର୍ଜୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.