ETV Bharat / bharat

ବାଲାକୋଟ ଭିଡିଓକୁ ନେଇ ବିରୋଧୀଙ୍କୁ ବୈଜୟନ୍ତଙ୍କ ଜବାବ - Baijayant Panda statement on balakot airstrike promostional vedio

ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ ଭିଡିଓ ଜାରି ହେବା ପରେ କଂଗ୍ରେସ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଜାରି ହୋଇଥିବା ଭିଡିଓ ବିରୋଧୀଙ୍କ ପାଇଁ ବଡ ପ୍ରମାଣ ବୋଲି କହିଲେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Oct 5, 2019, 2:27 PM IST

ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକର ପ୍ରମୋଶନାଲ ଭିଡିଓ ଜାରି ହେବା ପରେ ଉଭୟ ପାକିସ୍ତାନ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

‘ସାରା ଦେଶ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ସହମତ ଥିଲା । ମାତ୍ର ଦେଶର କିଛି ବିରୋଧୀ ଦଳ ଓ ପାକିସ୍ତାନ ବିଭିନ୍ନ ମଞ୍ଚରେ ଏହାର ପ୍ରମାଣ ବାୟୁସେନାକୁ ମାଗୁଥିଲେ । ଏହା ପୂର୍ବରୁ ଅନେକ ପ୍ରମାଣ ଦିଆଯାଇଛି । ଏବେ ବାଲାକୋଟ ଉପରେ ଜାରି ଭିଡିଓ ସବୁଠୁ ବଡ ପ୍ରମାଣ ।’ ଏପରି ପ୍ରତିକ୍ରିୟା ରଖି ଉଭୟ ପାକିସ୍ତାନ ଓ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ସେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବାଲାକୋଟ ଏୟାରଷ୍ଟ୍ରାଇକ ପରେ ସମଗ୍ର ଦେଶର ବିଶ୍ବାସ ବାୟୁସେନା ଉପରେ ବଢିବା ସହ ସେନାର ଗୁଣଗାନ କରାଯାଉଛି । ମାତ୍ର ପାକିସ୍ତାନ ଓ କଂଗ୍ରେସ ଏନେଇ ପ୍ରମାଣ ମାଗୁଛନ୍ତି ସେ କହିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓ ବଡ ପ୍ରମାଣ ବୋଲି ସେ ଦର୍ଶାଇଛନ୍ତି ।

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା ଚଳାଇବା ସହ ସୀମାରେ ନିଜ ସେନାବାହିନୀକୁ ନିୟୋଜିତ କରି ଭାରତ ବିରୋଧରେ ଚାପ ସୃଷ୍ଟି କରୁଛି । ହେଲେ ଏହାର କୌଣସି ପ୍ରଭାବ ଭାରତ ଉପରେ ପଡିବ ନାହିଁ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.