ETV Bharat / bharat

ବିଜେପି ବିଧାୟକଙ୍କ ମନ୍ତବ୍ୟରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅସନ୍ତୁଷ୍ଟ - BJP

ବିଜେପି ବିଧାୟକଙ୍କ ଆଚରଣରେ କ୍ଷୁବ୍ଧ ହେଲେ ଜେପି ନଡ୍ଡା । ବିଜେପିର ରାଷ୍ଟ୍ରୀୟ ସଭାପତି ନଡ୍ଡା ବିଧାୟକ ସୁରେଶ ତିୱାରୀଙ୍କ ମୁସଲମାନ ମାନଙ୍କଠାରୁ ପନିପରିବା କିଣିବାକୁ ନଦେବାକୁ ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ବିଜେପି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

bjp-national-president-dissatisfied-with-the-bjp-mla-comments
ବିଜେପି ବିଧାୟକଙ୍କ ମନ୍ତବ୍ୟରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅସନ୍ତୁଷ୍ଟ
author img

By

Published : Apr 29, 2020, 1:20 PM IST

ନୂଆଦିଲ୍ଲୀ: ବିଜେପି ବିଧାୟକଙ୍କ ଆଚରଣରେ କ୍ଷୁବ୍ଧ ହେଲେ ଜେପି ନଡ୍ଡା । ବିଜେପିର ରାଷ୍ଟ୍ରୀୟ ସଭାପତି ନଡ୍ଡା ବିଧାୟକ ସୁରେଶ ତିୱାରୀଙ୍କ ମୁସଲମାନ ମାନଙ୍କଠାରୁ ପନିପରିବା କିଣିବାକୁ ନଦେବାକୁ ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ହାର୍ଦ୍ଦୟୀ ବିଧାୟକ ଶ୍ୟାମ ପ୍ରକାଶ ମଧ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ବିଜେପିର ଉତ୍ତରପ୍ରଦେଶ ୟୁନିଟ୍ ସେମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ଦଳର ସମସ୍ତ ନେତାଙ୍କୁ ଚିନ୍ତାକରି କହିବା ପାଇଁ ନିବେଦନ କରିଛନ୍ତି ଏବଂ ଦଳୀୟ ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଦଳର ପାରମ୍ପାରିକ ନୀତି ବିରୁଦ୍ଧରେ ଆଚରଣ ପ୍ରଦର୍ଶନ କରୁଥିବା ବେଳେ ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂଙ୍କ ନିର୍ଦ୍ଦେଶରେ ରାଜ୍ୟ ଦଳର ସାଧାରଣ ସମ୍ପାଦକ ବିଦ୍ୟା ସାଗର ସୋନକର ଉଭୟ ବିଧାୟକଙ୍କୁ ଏକ ସପ୍ତାହ ମଧ୍ୟରେ ନୋଟିସ ଜବାବ ଦେବାକୁ କହିଛନ୍ତି । ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ବାରହା ବିଧାନସଭା ଆସନରୁ ବିଜେପି ବିଧାୟକ ସୁରେଶ ତିୱାରୀଙ୍କ ଏକ ବିବୃତ୍ତି ଭାଇରାଲ ହୋଇଛି ଯେଉଁଥିରେ ସେ ମୁସଲିମ ବିକ୍ରେତାଙ୍କ ଠାରୁ ପନିପରିବା କିଣିବାକୁ ମନା କରିଛନ୍ତି ।

ଏହାକୁ ନେଇ ବିରୋଧୀ ଦଳ ସାମ୍ପ୍ରଦାୟିକତା ଅଭିଯୋଗ କରିଥିଲା । ଏହି ମାମଲା ଜାତୀୟ ସଭାପତି ଜେପି ନାଡ୍ଡାଙ୍କ ନିକଟରେ ପହଞ୍ଚିଲା । ସେ ପଦକ୍ଷେପ ନେବାକୁ ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଇଥିଲେ । ଜେପି ନାଡ୍ଡାଙ୍କ ନିର୍ଦ୍ଦେଶରେ ରାଜ୍ୟ ୟୁନିଟ୍ ସଂପୃକ୍ତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.