ETV Bharat / bharat

ନିବେଦନ କଲେ ଶାହା, ହୋମ କ୍ବାରେଣ୍ଟାଇନରେ ବିଜେପିର 3 ସାଂସଦ - ନିଶିଥ ପ୍ରାମାଣିକ

ସାରା ଦେଶରେ କୋରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏମିତିରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୃହମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇ ବିଜେପିର 3 ସାଂସଦ ହୋମ କ୍ବାରେଣ୍ଟାଇନରେ ରହିଥିବା ଜଣା ପଡିଛି ।

amit shah tested covid positive, amit shah, babul supriyo, Soumitra Khan, nisith pramanick, corona update, ଅମିତ ଶାହ କୋରୋନା ପଜିଟିଭ, ଅମିତ ଶାହ, ବାବୁଲ ସୁପ୍ରିୟୋ, ସୌମିତ୍ର ଖାନ, ନିଶିଥ ପ୍ରାମାଣିକ, କୋରୋନା ଅପଡେଟ
ଅମିତ ଶାହଙ୍କ ନିବେଦନ କ୍ରମେ ହୋମ କ୍ବାରେଣ୍ଟାଇନକୁ ଗଲେ ବିଜେପିର 3 ସାଂସଦ
author img

By

Published : Aug 2, 2020, 10:51 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏମିତିରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ । ସେ ନିଜ ସୁସ୍ଥତା ନେଇ ପ୍ରକାଶ କରିଥିବା ବେଳେ ତାଙ୍କ ସଂସ୍ପର୍ଶରେ ନିକଟରେ ଆସିଥିବା ବ୍ୟକ୍ତିମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ କିମ୍ବା ଟେଷ୍ଟ କରାଇବା ପାଇଁ ନିବେଦନ କରିଥିଲେ ।

ଗୃହମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇ ବିଜେପିର 3 ସାଂସଦ ହୋମ କ୍ବାରେଣ୍ଟାଇନରେ ରହିଥିବା ଜଣା ପଡିଛି । ସେମାନେ ହେଉଛନ୍ତି ସାଂସଦ ସୌମିତ୍ର ଖାନ, ନିଶିଥ ପ୍ରାମାଣିକ ଓ ରାଜ୍ୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ । ସେମାନେ ନିଜକୁ 14 ଦିନିଆ କ୍ବାରେଣ୍ଟାଇନରେ ରଖିଥିବା ନେଇ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ଉପରୋକ୍ତ ସାଂସଦମାନେ ଗତ ଜୁଲାଇ 31ରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଥିଲେ । ତେଣୁ ସୁରକ୍ଷା ଦୃଷ୍ଟିରୁ ସେମାନେ କ୍ବାରେଣ୍ଟାଇନରେ ରହିବା ନେଇ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.