ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଣ୍ଟର ପରେ ବି ଚର୍ଚ୍ଚା ଏଯାଏଁ ଶେଷ ହୋଇନି । ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର କହିଛନ୍ତି ଯେ ରାଜନେତାମାନେ ହିଁ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଜଡିତ ଅଛନ୍ତି। ମଧ୍ୟପ୍ରଦେଶର ରେୱା ସହରର ବିଜେପି ସାଂସଦ ଜନାର୍ଦ୍ଦନ, କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟର ଉପରେ ଆଲୋଚନା କରିଥିଲେ।
ଏହି ସମୟରେ ସାଂସଦ କହିଛନ୍ତି ଯେ ୟୁପି ପୋଲିସ ଭଲ ପ୍ରଦର୍ଶନ କରିଛି । ସେ ଏହା ମଧ୍ୟ କହିଥିଲେ ଯେ, ରାଜନେତା ହିଁ ଅପରାଧୀଙ୍କୁ ସୁରକ୍ଷା ଦେଇଥାନ୍ତି । ସାଂସଦ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ଅପରାଧୀଙ୍କୁ ସୁରକ୍ଷା ଦେଇଆସୁଥିଲେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ଜନ୍ମ ଦେଇଛନ୍ତି । ଏଥିରେ ସରପଞ୍ଚ, ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହିଁ ଅପରାଧୀଙ୍କୁ ଟିକେଟ୍ ଦିଅନ୍ତି ଓ ଏହାର ରାଜନୈତିକ ଫାଇଦା ଉଠାନ୍ତି।
ଦୋଷ କେବଳ ନ୍ୟାୟପାଳିକାର ନୁହେଁ ବରଂ ସମଗ୍ର ସମାଜର । ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଗତ ବର୍ଷ ଜଣେ ଆଇଏଏସ ଅଫିସରକୁ ଜୀଅନ୍ତା ପୋତିଦେବାର ଧମକ ମଧ୍ୟ ସେ ଦେଇଥିଲେ ।