ETV Bharat / bharat

ଦିଲ୍ଲୀ ସରକାରଙ୍କୁ 50ଲକ୍ଷର ଅତିରିକ୍ତ ସହାୟତା ଦେବେ ଗମ୍ଭୀର

author img

By

Published : Apr 6, 2020, 2:09 PM IST

ଭାରତୀୟ ଜନତା ପାର୍ଟି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କୋରୋନା ଭାଇରସ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଦିଲ୍ଲୀ ସରକାରଙ୍କୁ 50 ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

BJP MP Gautam Gambhir has allocated additional Rs 50 Lakhs from MPLAD fund to Delhi government
ଦିଲ୍ଲୀ ସରକାରଙ୍କୁ 50ଲକ୍ଷର ଅତିରିକ୍ତ ସହାୟତା ଦେବେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କୋରୋନା ଭାଇରସ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଦିଲ୍ଲୀ ସରକାରଙ୍କୁ 50 ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ସେ ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାରଙ୍କୁ 50 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ।

ଦିଲ୍ଲୀରେ କୋରୋନା ମୁକାବିଲା ପାଇଁ ଚିକିତ୍ସା ଉପକରଣର ଆବଶ୍ୟକତା ରହିଛି, ତେଣୁ ଏହାପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି । ତେଣୁ ମୁଁ ଦୁଇ ସପ୍ତାହ ପୂର୍ବରୁ ଦେଇଥିବା 50 ଲକ୍ଷ ଟଙ୍କାର ସହାୟତା ବ୍ୟତୀତ ଆଉ 50ଲକ୍ଷ ଟଙ୍କା ଅତିରିକ୍ତ ଭାବେ ଦେବାକୁ ଚାହେଁ । ଆଶା କରୁଛି ଏହି ସହାୟତା ମେଡିକାଲ କର୍ମଚାରୀଙ୍କ ପାଇଁ ଉପକରଣ କିଣିବା ତଥା COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗୀ ହେବ ବୋଲି ଗୌତମ ଗମ୍ଭୀର ଲେଖିଥିବା ଚିଠିକୁ ଉଦ୍ଧାର କରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।

ପୂର୍ବରୁ ଗୌତମ ଗମ୍ଭୀର ତାଙ୍କର ଦୁଇ ବର୍ଷର ଦରମାକୁ ପିଏମ କେୟାର୍ସ ପାଣ୍ଠିକୁ ଦେବାକୁ ଘୋଷଣା କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.