ନୂଆଦିଲ୍ଲୀ: ରାଧାସ୍ବାମୀ ସତସଙ୍ଗ ବ୍ୟାସ ଆଶ୍ରମରେ ନିର୍ମିତ 10,000 ଶଯ୍ୟା ବିଶିଷ୍ଟ କ୍ଷମତା କୋଭିଡ କେୟାର ସେଣ୍ଟର ଆରମ୍ଭ ହେବାକୁ ଯାଉଛି । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏହା ଖୋଲାଯାଉଛି । ଏହା ଆରମ୍ଭ ହେବା ପୂର୍ବରୁ ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟିରେ ଟ୍ବିଟର ବାକ୍ ଯୁଦ୍ଧ ଆରମ୍ଭ କରିଛନ୍ତି । ଏହି ମାମଲାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଗୌତମ ଗମ୍ଭୀର କହିଛନ୍ତି ଦିଲ୍ଲୀ ସରକାର ପୂର୍ବରୁ ଶୋଇଥିଲେ । ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ କୋରୋନା ମାମଲାକୁ ନେଇ ହସ୍ତକ୍ଷେପ କରିଥିଲେ ସେତେବେଳେ ଦିଲ୍ଲୀ ସରକାର ନିଦ୍ରାଶନ କରୁଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ କରିଥିଲେ ଯେଉଁଥିରେ ଲେଖାହୋଇଥିଲା, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର କୋରୋନା ବିରୋଧରେ ଲଢିବେ ।
ଏହି ଟ୍ବିଟରକୁ ଦେଖି ଗୌତମ ଗମ୍ଭୀର ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁନ୍ 14 ତାରିଖରେ ଦିଲ୍ଲୀରେ ବୈଠକ କରିବା ପରେ କୋଭିଡ ପରୀକ୍ଷା ଚାରି ଗୁଣ ବଢିଛି । ପରୀକ୍ଷଣର ମୂଲ୍ୟ ହ୍ରାସ ପାଇଛି ।
• ଶଯ୍ୟା ମୂଲ୍ୟ ହ୍ରାସ ହୋଇଛି ।
• ଘର ଘର ମ୍ୟାପିଂ ଆରମ୍ଭ ହୋଇଛି ।
• 10,000 ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର ଯଦି ଆପ୍ ସରକାର କରିଛି, ତେବେ 14 ଜୁନ୍ ପୂର୍ବରୁ କାହିଁକି କରିନାହିଁ ।