ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସାରା ଦେଶରେ ସେବା ସ୍ତପାହ ଭାବରେ ପାଳନ କରିବ ବିଜେପି । ଯାହା ଶନିବାର ଅର୍ଥାତ ସେପ୍ଟେମ୍ବର 14 ରୁ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ପାର୍ଟି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବ ।
17 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ବିଜେପି କିଛି ନୂଆ କରିବାକୁ ଚେଷ୍ଟା କରିଥାଏ । ଚଳିତବର୍ଷ ମଧ୍ୟ ବିଜେପି ତାଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଯାହା 6 ଦିନ ଚାଲିବ । ସେବା ସପ୍ତାହ 14 ସେପ୍ଟେମ୍ବରରୁ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯିବ ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ବହୁ ପରିମାଣରେ ପାଳନ କରିବାକୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି ।
ଗତବର୍ଷ ସେବା ସପ୍ତାହରେ ରକ୍ତ ଦାନ ଶିବିର, ଫଳ ବଣ୍ଟନ, ସ୍ୱଚ୍ଛତା ଅଭିଯାନ, ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଦଳ । ଏହାସହ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ସମସ୍ତ ବିଜେପି ସାଂସଦ, ବିଧାୟକ ତଥା ଜନ ପ୍ରତିନିଧୀ, କେନ୍ଦ୍ର ମନ୍ତ୍ରୀମାନେ ନିଜ ନିଜ ଅଞ୍ଚଳରେ ସେବା ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।