ETV Bharat / bharat

‘ଗଡସେ ଆତଙ୍କବାଦୀ ନଥିଲେ, ତାଙ୍କ ଦ୍ବାରା ଭୁଲ୍ ହୋଇଥିଲା’ - nathuram godse

ନାଥୁରାମ ଝଡ ସଂସଦରେ ଥମିନଥିବା ବେଳେ ପୁଣି ଜଣେ ବିଜେପି ବିଧାୟକ ନାଥୁରାମଙ୍କ ସପକ୍ଷରେ ବାହାରିଛନ୍ତି । ଗଡସେ ଆତଙ୍କବାଦୀ ନୁହନ୍ତି ତାଙ୍କ ଦ୍ବାରା ଭୁଲ୍ ହୋଇଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂ ।

ନାଥୁରାମ ଗଡସେ
‘ଗଡସେ ଆତଙ୍କବାଦୀ ନଥିଲେ,ତାଙ୍କ ଦ୍ବାରା ଭୁଲ୍ ହୋଇଥିଲା’
author img

By

Published : Nov 29, 2019, 9:37 AM IST

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ କହି ବିଜେପି ସାଂସଦ ସ୍ବାଧି ପ୍ରଜ୍ଞା ବହୁ ସମାଲୋଚନା ହେବା ପରେ ଏବେ ପୁଣି ଜଣେ ବିଜେପି ବିଧାୟକ ନାଥୁରାମଙ୍କ ସପକ୍ଷରେ ବାହାରିଛନ୍ତି । ବିଜେପି ବିଧାୟକ ସୁରେନ୍ଦ୍ର ସିଂ କହିଛନ୍ତି, ଗଡସେ ଆତଙ୍କବାଦୀ ନୁହନ୍ତି ତାଙ୍କ ଦ୍ବାରା ଭୁଲ୍ ହୋଇଥିଲା ।

ରାଷ୍ଟ୍ରର ହିତ ପାଇଁ ସେ ଭାବୁଥିଲେ ତେଣୁ ତାଙ୍କ ଦ୍ବାରା ଭୁଲ୍ ହୋଇଥିଲା । ସେ କେବଳ ଏକ ଶକ୍ତିଶାଳୀ ଓ ଅଖଣ୍ଡ ଭାରତ ଦେଖିବାକୁ ଚାହୁଁଥିଲେ ଏଥିପାଇଁ ବାପୁଜୀଙ୍କୁ ହତ୍ୟା କରିବା ଭାବନା ତାଙ୍କ ମନକୁ ଆସିଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି, ଗାନ୍ଧୀ ଓ ନେହୁରୁଙ୍କ ପାଇଁ ଦେଶ ଦୁର୍ଦ୍ଦଶା ଭୋଗୁଛି । ସଂସ୍କୃତି ଆଧାରରେ ଯଦି ଦେଶକୁ ବଣ୍ଟନ କରାଗଲା, ଗୋଟିଏ ରାଷ୍ଟ୍ର ମୁସଲିମ ରାଷ୍ଟ୍ର ହେଲା ଅନ୍ୟଟିକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷିତ ହେବା କଥା । ତାଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ବିଜେପି ସାଂସଦ ସ୍ବାଧି ପ୍ରଜ୍ଞା ସଂସଦରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ପୁଣି ଥରେ ଆଉ ଜଣେ ବିଧାୟକଙ୍କ ଏଭଳି ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.