ETV Bharat / bharat

ପ୍ରିୟଙ୍କାଙ୍କୁ ବିଜେପି ବିଧାୟିକାଙ୍କ ଚିଠି, ମୁଖତାର ଅନସାରୀଙ୍କୁ ସହାୟତା ନକରିବାକୁ ନିବେଦନ - Congress General Secretary Priyanka Gandhi Vadra

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିଜେପି ବିଧାୟିକାଙ୍କ ଚିଠି । ବିଏସପି ବିଧାୟକ ମୁଖତାର ଅନସାରୀଙ୍କୁ ସହାୟତା ନକରିବାକୁ ନିବେଦନ । ଅଧିକ ପଢନ୍ତୁ...

ପ୍ରିୟଙ୍କାଙ୍କୁ ବିଜେପି ବିଧାୟିକାଙ୍କ ଚିଠି
ପ୍ରିୟଙ୍କାଙ୍କୁ ବିଜେପି ବିଧାୟିକାଙ୍କ ଚିଠି
author img

By

Published : Oct 28, 2020, 12:15 PM IST

ଲକ୍ଷ୍ନୌ: ବିଏସପି ବିଧାୟକ ମୁଖତାର ଅନସାରୀଙ୍କୁ ସହାୟତା ନକରିବାକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟିକା ତଥା ସ୍ବର୍ଗତ ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ବିଧବା ପତ୍ନୀ ଅଲକା ରାଏ । ପଞ୍ଜାବର ମୋହାଲି ଜେଲରେ ଥିବା ଅନସାରୀଙ୍କୁ କୌଣସି ପ୍ରକାର ସହାୟତା ନଦେବାକୁ ଅଲକା ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରିୟଙ୍କାଙ୍କୁ ବିଜେପି ବିଧାୟିକାଙ୍କ ଚିଠି
ପ୍ରିୟଙ୍କାଙ୍କୁ ବିଜେପି ବିଧାୟିକାଙ୍କ ଚିଠି

ଅନସାରୀ ଉପରେ 2005 ମସିହାରେ କୃଷ୍ଣାନନ୍ଦଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି । ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବରୁ ସେ ଅଦାଲତରୁ ଦୋଷମୁକ୍ତ ହୋଇଛନ୍ତି । ତେବେ ସେ ଏବେ ପଞ୍ଜାବର ମୋହାଲି ଜେଲରେ ଅଛନ୍ତି । ଆମେ 14 ବର୍ଷ ହେବ ନ୍ୟାୟ ପାଇଁ ଲଢୁଛୁ ବୋଲି ଚିଠିରେ ଦର୍ଶାଇଛନ୍ତି ଅଲକା ।

ଏହାସହ କଂଗ୍ରେସ ଦଳ ସରକାର ପଞ୍ଜାବରେ ଥିବାବେଳେ ଅନସାରୀଙ୍କୁ ଉତ୍ତର ପ୍ରଦେଶ ଜେଲକୁ ପଠାଇବାକୁ ସେମାନେ ଚାହୁଁନାହାଁନ୍ତି । ଏହା ଆପଣ ଓ ରାହୁଲ ଗାନ୍ଧୀଙ୍କ ଅଜାଣତରେ ହୋଇଥିବା ବିଶ୍ବାସ କରି ହେଉନି । ମୁଖତାର ଅନସାରୀ ଜଣେ ଅପରାଧୀ, ଯେକି ଅନେକ ଘରକୁ ଉଜାଡି ଦେଇଛି ବୋଲି ଦର୍ଶାଇ ଆପଣ ତାଙ୍କୁ ସହାୟତା ନକରନ୍ତୁ ବୋଲି ଅଲକା, ପ୍ରିୟଙ୍କା ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ।

ଏହାସହ ଘଟଣାରେ ସମ୍ବେଦନଶୀଳ ହୋଇ ଅଭିଯୁକ୍ତକୁ ଗିରଫ କରିବାରେ ସହାୟତା କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସୂଚନାଥାଉକି, ଅଲକା ଗାଜିପୁରର ମହମ୍ମଦବାଦ ଆସନରୁ ବିଧାୟକ ଅଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.