ETV Bharat / bharat

ହୃଦଘାତରେ ଲକ୍ଷ୍ନୌ ବିଜେପି ବିଧାୟକ ଜନ୍ମେଜୟ ସିଂଙ୍କ ପରଲୋକ - BJP MLA dies in heart attack

ଆରପାରିରେ ଭାରତୀୟ ଜନତା ପାର୍ଟି ବିଧାୟକ ଜନ୍ମେଜୟ ସିଂ। ଗୁରୁବାର ବିଳମ୍ବିତ ରାତ୍ରିରେ ଲକ୍ଷ୍ନୌରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା।

ହୃଦଘାତରେ ଲକ୍ଷ୍ନୌ ବିଜେପି ବିଧାୟକ ଜନ୍ମଜେୟ ସିଂଙ୍କ ପରଲୋକ

author img

By

Published : Aug 21, 2020, 8:34 AM IST

Updated : Aug 21, 2020, 8:52 AM IST

ଲକ୍ଷ୍ନୌ: ଆରପାରିରେ ଭାରତୀୟ ଜନତା ପାର୍ଟି ବିଧାୟକ ଜନ୍ମେଜୟ ସିଂ। ଗୁରୁବାର ବିଳମ୍ବିତ ରାତ୍ରିରେ ଲକ୍ଷ୍ନୌରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା।

ସୂଚନା ଅନୁସାରେ, ଗୁରୁବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ତାଙ୍କୁ ପ୍ରଥମେ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ ରାତି ଦଶଟା ବେଳେ ଅବସ୍ଥା ଖରାପ ହେବାରୁ ଲୋହିଆ ଇନଷ୍ଟିଚ୍ୟୁଟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ମେଡିସିନ ଡାକ୍ତରମାନେ ହୃଦରୋଗ ବିଭାଗକୁ ରେଫର୍ କରାଯାଇଥିଲା।

ତେବେ ଲୋହିଆ ଇନଷ୍ଟିଚ୍ୟୁଟର ମୁଖପାତ୍ର ତଥା ଏମଏସ ଡଃ ବିକ୍ରମ ସିଂଙ୍କ ଅନୁଯାୟୀ, ପେସ ମେକର ସ୍ଥାପନ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ହୃଦଘାତ ହୋଇଥିଲା। ସିଭିଲ ହସ୍ପିଟାଲରେ ତାଙ୍କ କୋରୋନା ଭାଇରସ ସଂକ୍ରମଣ ବିଷୟରେ ପୂର୍ବରୁ ରିପୋର୍ଟ ନେଗେଟିଭ୍ ଥିଲା।

ଲକ୍ଷ୍ନୌ ଦେଓରିଆ ଜିଲ୍ଲାର ସଦର ଆସନରୁ ବିଜେପି ବିଧାୟକ ଜନ୍ମେଜୟ ସିଂ ନିର୍ବାଚିତ ହୋଇଥିଲେ। 1945 ମସିହା 7 ଜୁଲାଇରେ ସେ ଉତ୍ତରପ୍ରଦେଶର ଦେଓରିଆରେ ଜନ୍ମ ହୋଇଥିଲେ।

ସେ ଉତ୍ତରପ୍ରଦେଶର 16 ତମ ଏବଂ 17 ତମ ବିଧାନସଭା ସଭାର ସଦସ୍ୟ ଥିଲେ। ସେ ଦୁଇଥର ଭାରତୀୟ ଜନତା ଦଳର ସଦସ୍ୟ ଭାବରେ ଦେଓରିଆ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ।

ସେ 2012 ରେ ଉତ୍ତରପ୍ରଦେଶର 16 ତମ ବିଧାନସଭା ନିର୍ବାଚନରେ ​​ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ପ୍ରମୋଦ ସିଂଙ୍କୁ 23,295 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। 2017 ମସିହାରେ ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜେପି ଜୈସୱାଲଙ୍କୁ 46,236 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

Last Updated : Aug 21, 2020, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.