ETV Bharat / bharat

ବିଜେପିର ‘ବ୍ୟାଟ୍ସମ୍ୟାନ ବିଧାୟକ’ଙ୍କୁ ମିଳିଲା ଜାମିନ

ନଗର ନିଗମ କର୍ମଚାରୀଙ୍କୁ କ୍ରିକେଟ ବ୍ୟାଟରେ ପିଟିଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଜାମିନ ମିଳିଛି ।  50 ହଜାର ଜୋରିମାନାରେ ଭୋପାଲର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 29, 2019, 7:35 PM IST

ଭୋପାଳ: ନଗର ନିଗମ କର୍ମଚାରୀଙ୍କୁ କ୍ରିକେଟ ବ୍ୟାଟରେ ପିଟିଥିବା ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଜାମିନ ମିଳିଛି । 50 ହଜାର ଜୋରିମାନାରେ ଭୋପାଲର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ଏକ ସ୍ଥାନୀୟ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏହା ସହିତ ତାଙ୍କୁ ଜିଲ୍ଲା ଜେଲରେ 11 ଜୁଲାଇ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମଧ୍ୟପ୍ରଦେଶର ବିଧାୟକ ଆକାଶ ବିଜୟବର୍ଗୀୟ ଗତ ବୁଧବାର ଦିନ ନଗର ନିଗମ କର୍ମଚାରୀଙ୍କ ସହ ମାରପିଟ କରିଥିଲେ । ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ସହରରେ ଚିହ୍ନଟ ହୋଇଥିବା 26ଟି ବିପଦସଙ୍କୁଳ ଘର ଭଙ୍ଗା କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ବିଧାୟକ ଆକାଶ ସେମାନଙ୍କୁ ଧମକାଇବା ସହ ସେମାନଙ୍କୁ ଗୋଡାଇ ଗୋଡଇ କ୍ରିକେଟ ବ୍ୟାଟରେ ପିଟିଥିଲେ । ଏହା ପରେ ଆଇପିସିର ଧାରା 353, 294, 323, 506, 147 ଏବଂ 148 ଅଧିନରେ ମାମଲା ରୁଜୁ କରି ପୋଲିସ ତାଙ୍କୁ ଗିରଫ କରିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.