ETV Bharat / bharat

‘ଆତ୍ମନିର୍ଭର ବିହାର’ ପାଇଁ ବିଜେପିର 11 ସଂକଳ୍ପ, ସ୍ବାବଲମ୍ବୀ ହେବେ କୋଟିଏ ମହିଳା - ବିହାର ନିର୍ବାଚନ

ଭାରତୀୟ ଜନତା ପାର୍ଟି ଗୁରୁବାର ବିହାର ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ପାଟନାରେ ଏହା ପ୍ରକାଶ କରାଯାଇଛି। ଅଧିକ ପଢନ୍ତୁ...

ଭାରତୀୟ ଜନତା ପାର୍ଟି
ଭାରତୀୟ ଜନତା ପାର୍ଟି
author img

By

Published : Oct 22, 2020, 12:29 PM IST

ପାଟନା: ଭାରତୀୟ ଜନତା ପାର୍ଟି ଗୁରୁବାର ବିହାର ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ପାଟନାରେ ଏହା ପ୍ରକାଶ କରାଯାଇଛି। ଏହି ସମୟ ମଧ୍ୟରେ ବିଜେପି 11 ଟି ବଡ ନିଷ୍ପତ୍ତି ନେଇଛି ଏବଂ କ୍ଷମତାକୁ ଆସିବା ନେଇ ଅନେକ ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି। ଏଥିରେ ଲେଖା ଅଛି ‘ବିଜେପି ଅଛି ତ ବିଶ୍ବାସ ଅଛି’ ଓ ‘5 ସୂତ୍ର, ଗୋଟିଏ ଲକ୍ଷ୍ୟ, 11 ସଂକଳ୍ପ’ ସମେତ ବିଜେପି ପକ୍ଷରୁ ନୂତନ ସ୍ଲୋଗାନ ଦିଆଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଭୁପେନ୍ଦ୍ର ଯାଦବ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ନିର୍ମଳା ସୀତାରମଣ କହିଛନ୍ତି ଯେ କୋରୋନା ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମାସ୍କ ହେଉଛି ଟିକା କିନ୍ତୁ ଟିକା ଆସିବା ମାତ୍ରେ ଏହାର ଉତ୍ପାଦନ ଭାରତରେ ବ୍ୟାପକ ପରିମାଣରେ କରାଯିବ । ନିମ୍ନରେ ବିଜେପିର 11 ସଂକଳ୍ପ-

1. ପ୍ରତ୍ୟେକ ବିହାରୀଙ୍କୁ ମାଗଣାରେ କୋରୋନା ଟିକା ଦିଆଯିବା ।

2. ହିନ୍ଦୀ ଭାଷାରେ ଡାକ୍ତରୀ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଉପଲବ୍ଧ କରାଯିବ ।

3. ଗୋଟିଏ ବର୍ଷରେ ସମଗ୍ର ରାଜ୍ୟରେ ତିନି ଲକ୍ଷ ନୂତନ ଶିକ୍ଷକ ନିଯୁକ୍ତି ହେବ ।

4. ପାଞ୍ଚ ବର୍ଷରେ ପରବର୍ତ୍ତୀ ପିଢି ଆଇଟି ହବରେ ପାଞ୍ଚ ଲକ୍ଷ ଚାକିରି ।

5. ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରତିଶୃତି ।

6. ଏକ ଲକ୍ଷ ଲୋକ ସ୍ବାସ୍ଥ୍ୟ ବିଭାଗରେ ଚାକିରି ପାଇବେ । 2024 ସୁଦ୍ଧା Darbhanga AIIMS କାର୍ଯ୍ୟକ୍ଷମ ହେବା ।

7. ଧାନ ଏବଂ ଗହମ ପରେ ଡାଲି ମଧ୍ୟ MSP ହାରରେ କ୍ରୟ ହେବ।

8. 2022 ସୁଦ୍ଧା 30 ନିୟୁତ ଲୋକଙ୍କୁ ପକ୍କା ଘର ।

9. 2 ବର୍ଷରେ 15 ଟି ନୂତନ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରତିଜ୍ଞା ।

10. 2 ବର୍ଷରେ ମଧୁର ଜଳ ମାଛର ଉତ୍ପାଦନ ବୃଦ୍ଧି ।

11. କୃଷକ ଉତ୍ପାଦନ ସଙ୍ଗଠନର ଉନ୍ନତ ଯୋଗାଣ ଶୃଙ୍ଖଳା ସୃଷ୍ଟି, ଯାହା 10 ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ପ୍ରକାଶଥାଉକି, ବିହାରରେ ଭାରତୀୟ ଜନତା ପାର୍ଟି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢୁଛନ୍ତି। ଜେଡିୟୁ ପକ୍ଷରୁ ପ୍ରଥମରୁ ହିଁ ‘ସାତ୍ ନିଶ୍ଚୟ’ ବିଷୟରେ କୁହାଯାଇଛି । ଏନଡିଏ ମଧ୍ୟ ଅଂଶୀଦାର ଭାବେ ଦର୍ଶନ ଡକ୍ୟୁମେଣ୍ଟ ପ୍ରକାଶ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏନଡିଏ ସରକାର ଆସିଲେ ନୀତିଶ କୁମାର ଆମର ମୁଖ୍ୟମନ୍ତ୍ରୀ ହେବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.